www.samajalive.in
Friday, December 5, 2025
26.1 C
Bhubaneswar

ଗୁଜରାଟରେ କାଳବୈଶାଖୀ ବିତ୍ପାତ, ୧୪ ମୃତ

ଅହମ୍ମଦାବାଦ : ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା।  ଝଡ଼ ତୋଫାନ ଯୋଗୁଁ ୧୪ ଜଣ ପ୍ରାଣ ହରାଇଛନ୍ତି। ବିଗତ ଚବିଶ ଘଣ୍ଟା ମଧ୍ୟରେ ଖେଡା, ଗାନ୍ଧୀନଗର, ମେହସାଣା ଓ ଭଦୋଦରା ଜିଲାରେ ୨୫ରୁ ୪୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅଧିକ ବେଗରେ ପବନ ବହିବାରୁ ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ୍‌ ଖୁଣ୍ଟ, ହୋର୍ଡିଂ ଇତ୍ୟାଦି ଉପୁଡି ପଡିଛି। ବଜ୍ରପାତ, ବିଦ୍ୟୁତ୍‌ ସଂସ୍ପର୍ଶ ଏବଂ ଗଛ, ବାସଗୃହ ଭୁଶୁଡି ପଡିବାରୁ ଅହମ୍ମଦବାଦ, ଆନନ୍ଦ, ଖେଡା,ଦାହୋଡ୍‌, ଆରାବଳୀ ଏବଂ ଭଦୋଦରା ଭଳି ଜିଲାରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ଦାହୋଡ ଜିଲାର ଲିମ୍‌ଖେଡା ଅଞ୍ଚଳରେ ବିଦ୍ୟୁତ୍‌ ତାର ଛିଣ୍ଡିପଡି ନିଆଁ ଲାଗିବାରୁ ୧୫ରୁ ଅଧିକ ଛୁମ୍ପୁଡି ପୋଡି ଛାରଖାର ହୋଇଯାଇଛି। ଆଗାମୀ ତିନିଦିନ ଧରି ବନସକଣ୍ଠା, କଚ୍ଛ, ସାବରକଣ୍ଠା, ଆରାବଳୀ ଓ ଆନନ୍ଦ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିସହିତ ଘଣ୍ଟାକୁ ୬୦ରୁ ୭୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories