www.samajalive.in
Saturday, December 13, 2025
26.1 C
Bhubaneswar

ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଗିରଫ ପରୱାନା ଜାରି

ଡେସ୍କ: ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାର ଏକ କୋର୍ଟ ଭାରତୀୟ ଜନତା ପାର୍ଟି ବିଧାୟକ ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ୨୦୧୭ରେ ସରକାରୀ ଆଦେଶ ଉଲ୍ଲଂଘନ ଅଭିଯୋଗରେ ସେ କୋର୍ଟରେ ହଜାର ହୋଇନଥିବାରୁ ଏହି ଗିରଫ ପରୱାନା ଜାରି କରାଯାଇଛି। ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସୁରେନ୍ଦ୍ରନଗର ଜିଲ୍ଲାର ଏକ ଗ୍ରାମରେ ସରକାରୀ ଆଦେଶର ଉଲ୍ଲଂଘନ କରି ପଟେଲ ରାଜନୈତିକ ଭାଷଣ ଦେଇଥିଲେ।

ଧରଙ୍ଗଧରସ୍ଥିତ ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଡି ଡି ଶାହା କୋର୍ଟରେ ହାଜର ହୋଇ ନ ଥିବାରୁ ପଟେଲଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। କୋର୍ଟ ସୁରେନ୍ଦ୍ରନଗର ଜିଲ୍ଲାର ଧରଙ୍ଗଧର ତାଲୁକା ପୁଲିସ ଷ୍ଟେସନ ଅଧିକାରୀଙ୍କୁ ପଟେଲଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ୨୦୧୮ ଜାନୁଆରୀ ୧୨ରେ ହାର୍ଦ୍ଦିକ ପଟେଲ ଏବଂ ସହ-ଅଭିଯୁକ୍ତ କୌଶିକ ପଟେଲଙ୍କୁ ହରିପର ଗ୍ରାମରେ ଏକ ବୈଠକ ଆୟୋଜନ କରିବାକୁ ଦିଆଯାଇଥିବା ଅନୁମତିର ସର୍ତ୍ତ ଉଲ୍ଲଂଘନ କରିଥିବା ଜଣାପଡିବା ପରେ ଧରଙ୍ଗଧର ତାଲୁକା ପୁଲିସ ଷ୍ଟେସନରେ ଏତଲା ପଞ୍ଜୀକୃତ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories