www.samajalive.in
Monday, December 8, 2025
13.1 C
Bhubaneswar

ଗୁପ୍ତ ବୃନ୍ଦାବନ ଭାଲେରି ଗୋପୀନାଥ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ଗୁଣୁପୁର : ପୁଣ୍ୟଭୂମି ଓ ଦେବଭୂମି ଭାବେ ଓଡିଶା ବେଶ ପରିଚିତ । ଅନେକ ପ୍ରାଚୀନ କିମ୍ବଦନ୍ତୀ ଓ ପରମ୍ପରା ଆଜି ବି ବଞ୍ଚିଛି ଓ ପୁରାତନ ମନ୍ଦିର ମାନଙ୍କରେ ପାଳିତ ହେଉଛି । ରାୟଗଡା ଜିଲା ଗୁଣୁପୁର ସହର ନିକଟରେ ବୋହିଯାଉଛି ବଂଶଧାରା ନଦୀ । ନଦୀ କୂଳରେ ରହିଛି ଜୟପୁର ରାଜାଙ୍କ ପ୍ରଦତ୍ତ ଶାସନ ଗ୍ରାମ ଭାଲେରି । ଏହିଠାରେ ୧୫୨୬ ମସିହାରୁ ଭଗବାନ ଶ୍ରୀକୃଷ୍ଣ ଦାରୁବ୍ରହ୍ମ ରୁପେ ଗୋପୀନାଥ ନାମ ବହନ କରି ପୂଜା ପାଉଛନ୍ତି । ସାଙ୍ଗରେ ଅଛନ୍ତି ମା ରାଧାରାଣୀ । ଯେ କେହି ଏହି ଯୁଗଳ ମୂର୍ତ୍ତି କୁ ଦେଖିଲେ ଭାବ ବିହ୍ୱଳ ହୋଇ ପଡିବ।

କିମ୍ବଦନ୍ତୀ ଅନୁସାରେ, ଏକ ବିଶାଳ ଆକାର ଦାରୁ ବଂଶଧାରା ନଦୀରେ ଭାସି ଆସି ଏଠାରେ ଲାଗିଥିଲା । ଜୟପୁର ମହାରାଜା ସ୍ୱପ୍ନାଦେଶ ପାଇ ଏଠାକୁ ଆସି ଉକ୍ତ ଦାରୁରେ ପାଞ୍ଚ ଫୁଟ ଉଚ୍ଚର ରାଧାକୃଷ୍ଣ ଯୁଗଳ ଦାରୁ ବିଗ୍ରହ ନିର୍ମାଣ କରାଇଥିଲେ । କିମ୍ବଦନ୍ତୀ ଅନୁସାରେ ଏହାକୁ ଗୁପ୍ତ ବୃନ୍ଦାବନ କୁହାଯାଏ । ଅବଶିଷ୍ଟ ବଳକା ଦାରୁ ରେ ଆନ୍ଧ୍ରପ୍ରଦେଶ ଲିହୁରୀ ଓ ପାରଳାଖେମୁଣ୍ଡି ମେଳିଆପୁଟ ଠାରେ ବିଗ୍ରହ ନିର୍ମାଣ କରାଯାଇ ଅଦ୍ୟାବଧି ମନ୍ଦିରରେ ପୂଜା ପାଇ ଆସୁଛନ୍ତି । ଏଠାକାର ଗୋପୀନାଥ ଭାରି ପ୍ରତ୍ୟକ୍ଷ ଓ ଡାକିଲେ ଓ କରନ୍ତି ବୋଲି ସ୍ଥାନୀୟ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଠାରୁ ଶୁଣିବାକୁ ମିଳେ । ଆଜି ଏହି ପୀଠରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିଲା ବେଳେ ଆସନ୍ତା କାଲି ନନ୍ଦ ଉତ୍ସବ ପାଳନ କରାଯିବ। ପ୍ରତ୍ୟହ ସନ୍ଧ୍ୟାରେ ଏଠାରେ ନାମ ସଂକୀର୍ତ୍ତନ, ଭଜନ ଓ ଭାଗବତ ପାଠ ଅନୁଷ୍ଠିତ ହୁଏ । ଗ୍ରାମର ଆବାଳ ବୃଦ୍ଧ ବନିତା ଏଥିରେ ଯୋଗ ଦେଇ ଜୀବନକୁ କୃତାର୍ଥ ମଣିଥାନ୍ତି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories