www.samajalive.in
Monday, December 8, 2025
13.1 C
Bhubaneswar

ଗୁଡ଼ର ଏଭଳି ବ୍ୟବହାର ବିଷୟରେ ଜାଣିଛନ୍ତି କି ?

ଉତମ ସ୍ୱାସ୍ଥ୍ୟସହ ଗୁଡ଼ ତ୍ୱଚାର ସୁନ୍ଦରତା ପାଇଁ ମଧ୍ୟ ଖୁବ ଉପକାରୀ। ଗୁଡ଼ରେ ଥିବା ପୋଷକ ତତ୍ତ୍ୱ ବହୁ ରୋଗରୁ ମୁକ୍ତି ଦେବାକୁ ସହାୟତା ହୋଇଥାଏ। ତ୍ୱଚାରେ ଥିବା ଦାଗକୁ ଦୂର କରିଥାଏ। କେଶ ପାଇଁ ମଧ୍ୟ ବେଶ ଲାଭଦାୟକ। ଜାଣନ୍ତୁ ତ୍ୱଚା ଓ କେଶ ପାଇଁ କିପରି ଏହାକୁ ବ୍ୟବହାର କରିବେ……..
– ଗୁଡ଼ରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି।
– ତେଣୁ ନିୟମିତ ଗୁଡ଼ ସେବନ କଲେ ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ।
– ଗୁଡ଼କୁ ମୁହଁରେ ମଧ୍ୟ ଲଗାଇ ପାରିବେ।
– ଏଥିପାଇଁ ୧ ଚାମଚ ଗୁଡ଼ରେ , ୧ ଚାମଚ ଟମାଟୋ ରସ, ଅଳ୍ପ ଲେମ୍ବୁ ରସ, ସାମାନ୍ୟ ହଳଦୀ, ଅଳ୍ପ ଗରମ ଗ୍ରୀନ ଟି ମିଶାନ୍ତୁ।
– ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ।
– ମୁହଁକୁ ସୁନ୍ଦର କରିବା ସହ ମୁହଁର ବହୁ ସମସ୍ୟା ଦୂର କରିଥାଏ।
– ଗୁଡ଼ କେଶକୁ ଘନ ଓ ସୁନ୍ଦର କରିଥାଏ।
– କେଶରେ ଲଗାଇବା ପାଇଁ ଗୁଡ଼ରେ ମୁଲତାନି ମାଟି, ଦହି ଓ ପାଣି ମିଶାନ୍ତୁ।
– ଏହାକୁ କେଶରେ ଲଗାଇ ୧ ଘଣ୍ଟା ରଖି ଧୋଇ ଦିଅନ୍ତୁ।
– ଏହାକୁ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
– ବୟସ ବୃଦ୍ଧି ହେବା ସହ ତ୍ୱଚାରେ କୁଞ୍ଚନ ସୃଷ୍ଟି ହୋଇଥାଏ।
– ଏହାସହ ନିୟମିତ ଗୁଡ଼ ଖାଇଲେ ତ୍ୱଚାର ସମସ୍ତ ଦାଗ ଦୂର ହୋଇଥାଏ।
– ଗୁଡ଼ରେ ବହୁ ପ୍ରକାରର ମିନେରାଲ୍ସ ଓ ଭିଟାମିନ ରହିଛି। ତେଣୁ ଏହା ଏକ ପ୍ରାକୃତିକ କ୍ଲିଜର ଭଳି କାମ କରେ। ମୁହଁ ଉଜ୍ଜ୍ୱଳ ହେବା ସହ ଚମକ ବୃଦ୍ଧି ପାଇଥାଏ।
– ଗୁଡ଼ରେ ଖାଉଥିବା ବ୍ୟକ୍ତିଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ହୋଇନଥାଏ।
– ପେଟ ସଫା ରହିଥାଏ।
– ସାମାନ୍ୟ ଉଷୁମ ପାଣିରେ ମଧ୍ୟ ଗୁଡ଼ ପକାଇ ପିଇପାରିବେ।
– ଗୁଡ଼ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories