www.samajalive.in
Saturday, December 6, 2025
26.1 C
Bhubaneswar

ମହିପୁର ଜମିଜାଲିଆତି ଘଟଣା; ଦିବ୍ୟସିଂଙ୍କ ପରିବାରକୁ ଭେଟିଲା ଆଦିବାସୀ ସଂଘର ପ୍ରତିନିଧି ଦଳ

ଗୁଡଭେଲା/ତୁଷୁରା: ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗାଁରେ ଆଦିବାସୀ ଯୁବକ ଦିବ୍ୟସିଂ ଭୋଇଙ୍କୁ ନିଜ ସ୍ତ୍ରୀ ହତ୍ୟା କରି ଜେଲ ଯିବା ଜଣାପଡିବା ପରେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ପରିବାରକୁ ଭେଟି କିଭଳି ଭାବରେ ହତ୍ୟାକାଣ୍ଡ ଘଟିଛି ଏହାରି ପଛରେ ଜମିଜାଲିଆତି ସମ୍ପୃକ୍ତ ଅଛି କି ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ପ୍ରତିନିଧି ଦଳ ପରିବାର ଲୋକଙ୍କଙ୍କୁ ଭେଟି  ଆଲୋଚନା କରିଥିବା ଜଣାପଡ଼ିଛି ।

ଏହି ପ୍ରତିନିଧି ଦଳରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରି ସଭାପତି ବନଲତା ମାଝୀ, ସଂଯୋଜକ ଥବିର ପୂଜାରୀ, ଗୁଡ଼ଭେଲା ବ୍ଳକ ଉପସଭାପତି ବନମାଳି କୁଅଁର, ସମ୍ପାଦକ ବିଦୁଭୂଷଣ ମାଝୀ  ସାମିଲ ହୋଇଥିଲେ । ଏହି ଘଟଣାକୁ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଉପସଭାପତି ନିଜ ପ୍ରତିକ୍ରିୟାରେ ଜଣେ ନାରୀ ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ରଚିବା ସମ୍ଭବ ନୁହେଁ । ଆଗରୁ ଏକ ଜମି ମାମଲାକୁ ନେଇ  ଦିବ୍ୟସିଂଙ୍କ ପରିବାର ସହ ଝଗଡା ହୋଇଥିବା ସୂଚନା ମିଳିଛି ।କେହି ଷଡଯନ୍ତ୍ର କରି ହତ୍ୟା କରିଥାଇ ପରେ ଆଗକୁ ସଂଘ ଏଦିଗରେ କଠୋର ପଦକ୍ଷେପ ନେଇ ନ୍ୟାୟ ପାଇଁ ଲଢେ଼ଇ କରବ  ବୋଲି ଶ୍ରୀମତୀ ମାଝୀ ପ୍ରକାର କରିଥିଲେ ।

- Advertisement -

ସୂଚନାଯୋଗ୍ୟ  ମହିପୁର ଗାଁର ଦିବ୍ୟସିଂ ଭୋଇଙ୍କୁ ଗତ ୨୨ ତାରିଖ ଶନିବାର ରାତିରେ କୁରାଢ଼ୀରେ ମାରି ତାଙ୍କ ସ୍ତ୍ରୀ ହତ୍ୟା କରିବା ଘଟଣା ଜଣାପଡିବା ପରେ ତୁଷୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏବେ ଏହି ଘଟଣା ରେ ସ୍ତ୍ରୀ ଜେଲ ଯିବା ପରେ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି।

 

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories