www.samajalive.in
Saturday, December 6, 2025
26.1 C
Bhubaneswar

ଭୁବନେଶ୍ବରରେ ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪

ଭୁବନେଶ୍ବର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଓ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ମିଳିତ ସହଯୋଗରେ ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ‘ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪’ ଆରମ୍ଭ ହୋଇଛି । ଯାହାର ଥିମ୍ ରହିଛି ‘ସବୁଜ ସ୍ଥିରତା ପାଇଁ: ଧାତୁ ପରିସଂସ୍ଥା ସନ୍ତୁଳନ’ ବା “ମେଟାଲ୍ ଇକୋ ସିଷ୍ଟମ୍ ବାଲାନ୍ସିଂ: ଟୁଆର୍ଡସ ଗ୍ରୀନ ସଷ୍ଟେନେବିଲିଟି” । ଏହି ସମ୍ମିଳନୀ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବୁଧବାର ଏହାର ଉଦଯାପନୀ ଦିବସ ରହିଛି। ତେବେ ଏହି ସମ୍ମିଳନୀରେ ଅତିଥି ମାନଙ୍କୁ  ଅନନ୍ୟ ଉପହାର ଭାବରେ ଛୋଟ ଛୋଟ ଗଛର କୁଣ୍ଡ ଦିଆଯାଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ଼ କେ.ମୁରୁଗେସାନ , ଅତିରିକ୍ତ ସଚିବ ଶ୍ରୀମତୀ ରୁଚିକା ଚୌଧୁରୀ ଗୋଭିଲ ପ୍ରମୂଖ ଯୋଗଦେଇଥିଲେ।  ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଥିଲେ  ଓଡ଼ିଶା ସରକାର ସବୁବେଳେ ତତ୍ପର ରାଜ୍ୟର ବିକାଶ ପାଇଁ । ସେଥିପାଇଁ ସବୁବେଳେ ରାଜ୍ୟର ଜଳବାୟୁ ଓ ପର୍ୟାବରଣ ରକ୍ଷା କରିବାରେ ସରକାର ଉଚିତ ପଦକ୍ଷେପ ନେବେ  । ଏଠାରେ ଉପସ୍ଥିତ ଥିବା ଦେଶର ସମସ୍ତ ପ୍ରମୁଖ ଧାତୁ ଉତ୍ପାଦକ ମାନଙ୍କୁ ଭେଟିଲା ପରେ ମୁଁ ଜାଣି ପାରୁଛି ଆମ ଲକ୍ଷ୍ୟ ନିଶ୍ଚିତ ପୂରଣ ହେବ । ତେବେ ଶିଳ୍ପ ଏବଂ ଖଣି ସଂସ୍ଥାଗୁଡ଼ିକ ପାଇଁ ସର୍ବଶେଷ ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣରୁ ନୂତନ ପ୍ରଦୂଷଣ ନିବାରଣ ପ୍ରଯୁକ୍ତିବିଦ୍ୟା, ପରିବେଶ ମନିଟରିଂ, ଏବଂ ତଥ୍ୟ ହାସଲ , ସଂରକ୍ଷଣ ପ୍ରଯୁକ୍ତିବିଦ୍ୟା ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରିବା ସହ ଖଣି ଏବଂ ଶିଳ୍ପ କ୍ଷେତ୍ରର ଅଗ୍ରଗତି ପାଇଁ ଜ୍ଞାନ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ସହ ଧାତୁ ଉତ୍ପାଦନ କ୍ଷେତ୍ରର ସାମଗ୍ରିକ ପ୍ରଗତିରେ ସହଯୋଗ କରିବାକୁ ଏହି ସମ୍ମିଳନୀ ଲକ୍ଷ୍ୟ ରଖିଛି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories