ଟଙ୍କେ ପାଇଁ ଖର୍ଚ୍ଚ ହେଉଛି ୧.୧୧ଟଙ୍କା

0

ନୂଆଦିଲ୍ଲୀ: ଦୁଇ ଦଶନ୍ଧି ମଧ୍ୟରେ ବଜାରରେ ୧ଟଙ୍କାର ମୂଲ୍ୟ ବ୍ୟାପକ ମାତ୍ରାରେ ହ୍ରାସ ପାଇଛି। ଦେଶର ଅର୍ଥନୀତିରେ ୧ଟଙ୍କା ବିନିମୟରେ ହାତଗଣତି କିଛି ସାମଗ୍ରୀ ଏବେ ଉପଲବ୍ଧ। ଏପରିକି ସରକାରଙ୍କୁ ମଧ୍ୟ ୧ଟଙ୍କାର ମୁଦ୍ରା ନିର୍ମାଣ କରିବାକୁ ୧ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ରିଜର୍ଭ ବ୍ୟାଙ୍କର ଏକ ସୂଚନା ଅନୁଯାୟୀ ୧ଟଙ୍କାର ମୁଦ୍ରା ନିର୍ମାଣ କରିବାକୁ ଆରବିଆଇକୁ ୧୧ପଇସା ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ସେହିପରି ୨ଟଙ୍କିଆ ମୁଦ୍ରା ପାଇଁ ୧ଟଙ୍କା ୨୮ପଇସା, ୫ଟଙ୍କାର ମୁଦ୍ରା ପାଇଁ ୩ଟଙ୍କା ୬୯ପଇସା ଓ ୧୦ଟଙ୍କିଆ ମୁଦ୍ରା ପାଇଁ ୫ଟଙ୍କା ୫୪ପଇସା ଖର୍ଚ୍ଚ ହେଉଛି। ଏହାକୁ ଦୃଷ୍ଟିରେ ରଖି ୨୦୧୮ପରଠାରୁ ଆରବିଆଇ ଏହାର ନିର୍ମାଣ କମ୍‍ କରି ଦେଇଛି।

kalyan agarbati
Leave A Reply