www.samajalive.in
Monday, December 8, 2025
24.1 C
Bhubaneswar

ତୃତୀୟ ଲହର ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ଡିଏମଇଟି

ଭୁବନେଶ୍ୱର : କରୋନା ସଂକ୍ରମଣର ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଭିତିଭୂମି, ଅମ୍ଳଜାନ, ଔଷଧ, ସବୁ କିଛି ମହଜୁଦ ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି। କରୋନା ସଂକ୍ରମଣର ଅନେକ ଗୁଡିଏ ଲହର ଆସିବାର ନଜର ରହିଛି। କିନ୍ତ୍ରୁ ତୃତୀୟ ଲହର କେବେ ଆସିବ ଓ ଏହାର ପ୍ରଭାବ କିଭଳି ରହିବ ତାହା କହିବା ଅସମ୍ଭବ।
ତଥାପି ଅନ୍ୟ ରାଜ୍ୟ ପରି ଆମ ରାଜ୍ୟର ଅନେକ ଜିଲ୍ଲାରେ କୋରନା ସଂକ୍ରମଣ କମିବାର ଧାରା ଆରମ୍ଭ ହୋଇଛି। ଆମେ ଆଶା କରିବା ଏହି ଧାରା ବଜାୟ ରହୁ। ବିଗତ ଦିନରେ ବଢ଼ିଥିବା ସଂକ୍ରମଣ ମାମଲା ଯୋଗୁ ବର୍ତମାନ ମୃତ୍ୟୁ ମାମଲା ବଢ଼ୁଛି। ପୂର୍ବରୁ ମେଡ଼ିକାଲରେ ଭର୍ତି ହୋଇଥିବା କିଛି ଗୁରୁତର ରୋଗୀଙ୍କର ମୃତ୍ୟୁ ହେଉଛି। ମାତ୍ର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ଡିଏମଇଟି ଡକ୍ଟର ମହାନ୍ତି କହିଛନ୍ତି।
ସେହିପରି ଟିକା ସଂପର୍କରେ ସେ କହିଛନ୍ତି ଟିକା ଆଣିବା ନେଇ ସବୁଆଡୁ ଚେଷ୍ଟା କରୁଛୁ। ଚେଷ୍ଟା କରିବା ଭୁଲ ନୁହେଁ, ଆମେ ଗ୍ଲୋବାଲ ଟେଣ୍ଡର କରି ଚେଷ୍ଟା କରିଥିଲୁ। କିନ୍ତୁ ତା’ର ଅର୍ଥ ନୁହେଁ ଆମେ ପାଇବୁ ବୋଲି ଗ୍ୟାରେଂଟି ରହିଛି। ଆମେ ପରିସ୍ଥିତିକୁ ଦେଖି କି ପଦକ୍ଷେପ ନିଆଯାଇ ପାରିବ ସ୍ଥିର କରିବୁ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ପୂର୍ବରୁ ବିଦେଶରୁ ଟିକା ଆଣିବାରେ କଟକଣା ଥିଲା। କଟକଣା କୋହଳ ହେଲାଣି, ଏବେ ଆମ ପାଖରେ ଆଉ ଏକ ସୁଯୋଗ ଅଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories