www.samajalive.in
Friday, December 12, 2025
19.1 C
Bhubaneswar

ଧାରା ୩୭୦ ଉଚ୍ଛେଦକୁ ନେଇ ହଡ଼ବଡ଼ରେ ପାକିସ୍ତାନ, ଦିଲ୍ଲୀରୁ ଉଚ୍ଚାୟୁକ୍ତଙ୍କୁ ନେଇପାରେ ଫେରାଇ !

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ହଡ଼ବଡ଼େଇ ଯାଇଛି। ଭାରତର ଏହି ପଦକ୍ଷେପ ବିରୋଧରେ ପାକିସ୍ତାନ କିଛି ବଡ଼ ପଦକ୍ଷେପ ନେବାକୁ ଚିନ୍ତା କରୁଛି। କୁହାଯାଉଛି ଯେ ପାକିସ୍ତାନ ଭାରତରୁ ନିଜ ଉଚ୍ଚାୟୁକ୍ତଙ୍କୁ ଫେରାଇ ନେଇପାରେ। ପାକିସ୍ତାନ ଜିୟୋ ନ୍ୟୁଜ ସମ୍ପାଦକ ହାମିଦ ମୀର ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି।

ପାକିସ୍ତାନ ନିକଟରେ ଭାରତ ପାଇଁ ଉଚ୍ଚାୟୁକ୍ତ ନିଯୁକ୍ତ କରିଛି। ସେ ଅଗଷ୍ଟ ୧୬ରେ ଭାରତ ଆସି ପଦଭାର ଗ୍ରହଣ କରିଥାନ୍ତେ। ସେ ଏବେ ପାକିସ୍ତାନରେ ଥିଲାବେଳେ କାର୍ଯ୍ୟକାରୀ ଉଚ୍ଚାୟୁକ୍ତ ଭାରତରେ ଦାୟିତ୍ୱ ତୁଲାଉଉଛନ୍ତି। ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ମଙ୍ଗଳବାର ଫୋର୍ସ କମାଣ୍ଡର ବୈଠକ ଡାକିଥିଲେ। ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନ ସଂସଦର ମିଳିତ ଅଧିବେଶନ ଡକାଯାଇଥିଲା। ଏହି ଅଧିବେଶନରେ ହୋହଲ୍ଲା ହୋଇଥିଲା। ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ। ପରେ ଇମ୍ରାନ ଖାନ ସଂସଦରେ ପହଞ୍ଚି ନିଜ ମତ ରଖିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories