www.samajalive.in
Friday, December 12, 2025
26.1 C
Bhubaneswar

ଲୋକସଭାରେ ପାରିତ ହେଲା ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ

ନୂଆଦିଲ୍ଲୀ .- ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ଲୋକସଭାରେ ପାରିତ ହୋଇଛି । ଏହାର ସପକ୍ଷରେ ୩୬୬ ଓ ବିପକ୍ଷରେ ୬୬ ଜଣ ସାଂସଦ ମତଦାନ କରିଛନ୍ତି ।

ଅମିତ ଶାହଙ୍କ ଦ୍ୱାରା ଅଣାଯାଇଥିବା ସାମାଜିକ ସଙ୍କଳ୍ପ ବିଧେୟକ ପାରିତ ହୋଇଛି ଏହି ସଙ୍କଳ୍ପରେ ଧାରା ୩୭୦ କୁ ଉଚ୍ଛେଦ କରିବା ପାଇଁ ପ୍ରାବଧାନ ରହିଛି । ଏହାର ସପକ୍ଷରେ ୩୫୧ ଓ ବିପକ୍ଷରେ ୭୨ଟି ମତଦାନ ହୋଇଛି, ଜଣେ ସାଂସଦ ଅନୁପସ୍ଥିତ ଥିଲେ । ୪୨୪ ଜଣ ସଦସ୍ୟ ଏହି ମତ ବିଭାଜନରେ ଅଂଶଗ୍ରହଣ କରିଥିଲେ ।

- Advertisement -

ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ଲୋକସଭାରେ ପାରିତ ହୋଇଛି ।  ଜାମ୍ମୁ-କାଶ୍ମୀର ଓ  ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ପରିଣତ କରିବା ପାଇଁ ମତ ବିଭାଜନ ହୋଇଥିଲା । ଏହାର ସପକ୍ଷରେ ୩୭୦ ଓ ବିପକ୍ଷରେ  ୭୦ ଜଣ ସାଂସଦ ମତଦାନ କରିଥିଲ େ।

ଜାମ୍ମୁ-କାଶ୍ମୀର ଆରକ୍ଷଣ ସଂଶୋଧନ ବିଧେୟକ ପାରିତ ହୋଇଛି । ଏହାର ସପକ୍ଷରେ ୩୭୦ ଓ ବିପକ୍ଷରେ ୭୦ ଜଣ ସାଂସଦ ମତଦାନ କରିଥିଲେ ।

ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ଓ ସଂରକ୍ଷଣ ବିଧେୟକ ଲୋକ ସଭାରେ ପାରିତ ହୋଇଛି । ଏହାର ସପକ୍ଷରେ ୩୬୬ ଓ ବିପକ୍ଷରେ ୬୬ ଜଣ ମତଦାନ କରିଥିଲେ ଓ ଏହା ସଦନରେ ବିଚାର ପାଇଁ ଗ୍ରହଣ କରି ନିଆଯାଇଛି ।
ଏହାପରେ ଗୃହମନ୍ତ୍ରୀ ଅମିତ ଶାହ ଜାମ୍ମୁ-କାଶ୍ମୀର ସଂରକ୍ଷଣ ବିଧେୟକକୁ ଲୋକ ସଭାରୁ ଫେରାଇ ନେବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ରାଷ୍ଟ୍ରପତିଙ୍କ ଆଦେଶ ପରେ ଧାରା ୩୭୦ ହଟିଯିବ ପରେ ସଠାରେ ଏହି ସଂରକ୍ଷଣ ଲାଗୁ ହୋଇଯିବ ।ଏଥିପାଇଁ ସଂରକ୍ଷଣ ବିଧେୟକକୁ ଫେରାଇ ନେବା ପାଇଁ ସେ କହିଥିଲେ । ରାଜ୍ୟ ସଭାରେ ବି ଏହି ବିଧେୟକ ଫେରାଇ ନେବା ପାଇଁ କହିବେ ବୋଲି ସେ କହିଥିଲେ । ଏହାପରେ ଗୃହ ସଂରକ୍ଷଣ ବିଧେୟକ ଫେରାଇ ନେବା ପାଇଁ ଅନୁମତି ପ୍ରଦାନ କରିଥିଲେ ।

ସୋମବାରରେ ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ରାଜ୍ୟସଭାରେ ପାରିତ ହୋଇଛି । ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ସପକ୍ଷରେ ୧୨୫ ଟି ମତ ପଡିଥିବା ବେଳେ ବିପକ୍ଷରେ ୬୧ ମତ ପଡିଥିଲା, ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ । ଜାମ୍ମୁ-କାଶ୍ମୀର ସଂରକ୍ଷଣ ବିଧେୟକକୁ ଧ୍ୱନୀମତରେ ପାରିତ କରାଯାଇଥିଲା । ହେଲେ ପୁନର୍ଗଠନ ବିଧେୟକ ପାଇଁ ବିରୋଧଦଳ ମତ ବିଭାଜନ ଦାବି କରିଥିଲେ । ଏଥିପାଇଁ ଭୋଟିଂ କରାଯାଇଥିଲା । ସପକ୍ଷରେ ୧୨୫ ଟି ମତ ପଡିଥିବା ବେଳେ ବିପକ୍ଷରେ ୬୧ ମତ ପଡିଥିଲା, ଏହି ବିଧେୟକରେ ଧାରା ୩୭୦ ଉଚ୍ଛେଦ ହେବା ସହ ଅନୁଛେଦ ୩୫କ ବି ଉଚ୍ଛେଦ ହେବାର ପ୍ରାବଧାନ ରହିଛି ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories