www.samajalive.in
Saturday, December 6, 2025
19.1 C
Bhubaneswar

ପୁରୀର ବିକାଶ ପାଇଁ ସରକାର ଠିକ୍‌ ନିଷ୍ପତ୍ତି ନେଇଛନ୍ତି: କୋର୍ଟମିତ୍ର

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ୭୫ ମିଟର ପରିଧି ମଧ୍ୟରେ ଚାଲିଥିବା ଉଚ୍ଛେଦକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପକାଶ ପାଇବା ପରେ ତାହାକୁ ଅନୁଧ୍ୟାନ କରିବା ଲାଗି ପୁରୀରେ ପହଞ୍ଚିଥିବା କୋର୍ଟମିତ୍ର ରଞ୍ଜିତ କୁମାର ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍‌ ଦେଇଛନ୍ତି। ସରକାର ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଠିକ୍‌ ଏବଂ ଉତ୍ତମ ନିଷ୍ପତ୍ତି। ଏହାକୁ ରୋକାଯିବା ଅନୁଚିତ। ପୁରୀର ବିକାଶ ପାଇଁ ସରକାର ଭଲ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସହ ବୈଠକ ପରେ କୋର୍ଟମିତ୍ର କହିଛନ୍ତି। ବୈଠକରେ ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ଉପସ୍ଥିତ ଥିଲେ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କୋର୍ଟମିତ୍ର ରଞ୍ଜିତ କୁମାର କହିଛନ୍ତି, ପୁରୀରେ ଚାଲିଥିବା ଉଚ୍ଛେଦ ଏବଂ ଏହାକୁ ନେଇ ଉପୁଜିଥିବା ବିବାଦର ଅନୁଧ୍ୟାନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଆମେ ଏଠାକୁ ଆସିଥିଲୁ। ଏଠାରେ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛୁ। ସମସ୍ତ ବିକାଶମୂଳକ ଯୋଜନାର ତଦାରଖ କରିଛୁ। କୋଠା ମାଲିକମାନଙ୍କ ସହମତିରେ ଉଚ୍ଛେଦ କାର୍ଯ୍ୟ ଚାଲିଛି। ପ୍ରଶାସନ ବଳପୂର୍ବକ କୌଣସି ନିର୍ମାଣକୁ ଭାଙ୍ଗୁନାହିଁ। ୨୦୨୦ରେ ପୁରୀରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ଏଥିରେ ପାଖାପାଖି ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ତେଣୁ ଶ୍ରୀମନ୍ଦିର ଚାରିପଟେ ରାସ୍ତା ସମ୍ପ୍ରସାରଣ ହେବା ଜରୁରୀ। ପୁରୀକୁ ବିଶ୍ଵ ଐତିହ୍ୟ ସହର ଭବେ ଗଢ଼ିତୋଳିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏକ ଭଲ ନିଷ୍ପତ୍ତି। ଏହା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ସହାୟକ ହେବ। ଏପରି ବିକାଶକୂଳକ କାର୍ଯ୍ୟକୁ ବନ୍ଦ କରିବା ଅନୁଚିତ ବୋଲି କୋର୍ଟମିତ୍ର ରଞ୍ଜିତ କୁମାର କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, କୋର୍ଟମିତ୍ର ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟା ଶନିବାର ସକାଳେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories