www.samajalive.in
Thursday, December 11, 2025
14.1 C
Bhubaneswar

ସରକାରୀ କଟକଣାକୁ ସରକାରୀ ବସ୍‌ର ବେଖାତିର, ୫ ମାସରେ ୬୭ ବସ୍‌ ବିରୋଧରେ ଇ-ଚାଲାଣ

ଭୁବନେଶ୍ବର: ସବୁ ନିୟମକୁ ପଛରେ ପକାଇ ରାଜରାସ୍ତାରେ ଯାତ୍ରାବାହୀ ବସ୍‌ ଗଡୁଛି। ଗତ ଜାନୁଆରୀ ୨୩ରୁ ମେ’ ୨୩ ମଧ୍ୟରେ ଆଇନ ମାନୁନଥିବା ୬୭ଟି ବସ୍‌ ବିରୋଧରେ ପରିବହନ ବିଭାଗ ଇ-ଚାଲାଣ ଜାରି କରିଛି। ଗତ ତିନିରୁ ଚାରି ମାସ ମଧ୍ୟରେ ବିନା ଅନୁମତିରେ ତଥା ସମସ୍ତ ସର୍ତ୍ତ ଉଲ୍ଲଙ୍ଘନ କରି ରାସ୍ତାରେ ଗଡୁଥିବା ୩୭ଟି ବସ୍‌କୁ ବିଭାଗ ପକ୍ଷରୁ ଜବତ କରାଯାଇଛି। ୨୦୨୨-୨୩ରେ ବିଭାଗ ପକ୍ଷରୁ ବସ୍ ସମେତ ୧,୭୦୯ ବ୍ୟବସାୟିକ ଯାନର ଫିଟନେସ୍ ସାର୍ଟିଫିକେଟକୁ ବାତିଲ କରାଯାଇଛି।

ଗତ ବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ୩୧୨ଟି ବସ୍ ରାଜ୍ୟର ବିଭିନ୍ନ ଜିଲାରେ ସର୍ତ୍ତ ଉଲ୍ଲଙ୍ଘନ କରୁଥିବା ଜଣାପଡ଼ିଥିଲା। ଏହିସବୁ ଗାଡ଼ିର ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯାଇଛି। ଏବେ ୧୦ବର୍ଷରୁ ଅଧିକ ପୁରୁଣା ବସ୍‌ଗୁଡ଼ିକର ମିଳିତ ଯାଞ୍ଚ ଚାଲିଛି ବୋଲି ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଛନ୍ତି। ୧୯୯୮ ନଭେମ୍ବରରେ ଏକ ବସ୍ ମହାନଦୀକୁ ଖସି ୪୭ ଜଣଙ୍କ ଜୀବନ ଯିବା ପରେ ସରକାରଙ୍କ ଚେତା ପଶିଥିଲା। ଏହି ଘଟଣା ପରେ ୧୫ ବର୍ଷରୁ ଅଧିକ ବସ୍‌ର ଫିଟନେସ୍ ସାର୍ଟିଫିକେଟ୍ ନବୀକରଣ ନକରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଘରୋଇ ବସ୍ ମାଲିକମାନେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଫିଟନେସ୍ ସାର୍ଟିଫିକେଟ୍ ଦେବା ପୂର୍ବରୁ ମୋଟରଯାନ ନିରୀକ୍ଷକ ଏବଂ ପରିବହନ ବିଭାଗର ଉପାୟୁକ୍ତଙ୍କ ଦ୍ବାରା ୧୦ ବର୍ଷରୁ ଅଧିକ ବସ୍‌ର ମିଳିତ ଯାଞ୍ଚ କରିବାକୁ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ସରକାରଙ୍କ ନିଷ୍ପତ୍ତି ଓ ନ୍ୟାୟାଳୟଙ୍କ ନିର୍ଦେଶକୁ ବସ୍‌ ମାଲିକମାନେ ମାନୁନଥିବା ଦିଗପହଣ୍ଡିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପ୍ରମାଣିତ କରିଛି। ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ ୨୫ ବର୍ଷର ହୋଇଥିବାବେଳେ ତାକୁ ଫିଟ୍‌ନେସ ସାର୍ଟିଫିକେଟ ଦିଆଯାଇଥିଲା। ଦିନ ବେଳେ ସ୍ୱଳ୍ପ ଦୂରତା ମଧ୍ୟରେ ଗାଡ଼ି ଚଲାଇବାକୁ କୁହାଯାଇଥିଲା। ଗାଡ଼ିର ବୀମା ନଥିଲା। ସବୁ ନିୟମକୁ ପଛରେ ପକାଇ ରାତିରେ ବ୍ରହ୍ମପୁରରୁ ବିବାହ ଭୋଜି ସାରି ଉକ୍ତ ଗାଡ଼ି ପ୍ରାୟ ୩୪ ଯାତ୍ରୀଙ୍କୁ ନେଇ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୧ ଜଣ ଯାତ୍ରୀଙ୍କ ଜୀବନ ଯାଇଥିଲା। ୮ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସୂଚନାଯୋଗ୍ୟ, ବସ୍‌ ଚଳାଚଳ କରିବାକୁ ଏକ ସ୍ୱତନ୍ତ୍ର ଅନୁମତି ପାଇବା ପାଇଁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ବ୍ୟବସ୍ଥା ରହିଛି। ବାହନ ପୋର୍ଟାଲ ଜରିଆରେ ଜଣେ ଗାଡ଼ି ମାଲିକ ବସ୍‌ର ଫିଟନେସ୍ ଏବଂ ବୀମା କରାଇପାରିବେ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପଟେ ୧୫ ବର୍ଷ ପରେ ପରିବହନ ବିଭାଗ ଉକ୍ତ ବସ୍‌କୁ ଫିଟନେସ୍ ସାର୍ଟିଫିକେଟ୍ ପ୍ରଦାନ ପଛରେ କି ରହସ୍ୟ ରହିଛି ସେଥିନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories