ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗରେ ଚଳିତମାସ ସୁଦ୍ଧା ଅଣଗେଜେଟେଡ୍ ବର୍ଗରେ ମୋଟ ୨ ଲକ୍ଷ ୭୪ ହଜାର ୫୮୦ଟି ପଦ ଖାଲି ପଡ଼ିଛି। ସେଥିମଧ୍ୟରୁ ରେଳବାହିନୀର ସୁରକ୍ଷା ବିଭାଗରେ ୧ ଲକ୍ଷ ୭୭ ହଜାର ୯୨୪ଟି ପଦ ଖାଲି ଥିବା ଜଣାପଡ଼ିଛି।
ଦେଶରେ ରେଳ ଦୁର୍ଘଟଣା ବୃଦ୍ଧି ପାଇଥିବା ବେଳେ ରେଳ ବିଭାଗରେ କେତେ ପଦ ଖାଲି ପଡ଼ିଛି ସେ ସମ୍ପର୍କରେ ଜାଣିବାକୁ ମଧ୍ୟପ୍ରଦେଶର ଚନ୍ଦ୍ରଶେଖର ଗୌର୍ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ଗୌର୍ଙ୍କୁ ରେଳ ବିଭାଗ ତରଫରୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ରେଳ ବିଭାଗ ସୁରକ୍ଷା ବିଭାଗରେ ମୋଟ୍ ୯ ଲକ୍ଷ ୮୨ ହଜାର ୩୭ଟି ପଦ ରହିଥିବା ବେଳେ ୧ ଲକ୍ଷ ୭୭ ହଜାର ୯୨୪ ପଦ ଖାଲି ପଡ଼ିଥିବା ତଥ୍ୟରେ ଉଲ୍ଲେଖ କରାଯାଇଛି। ସୂଚନାଥାଉ କି ଗତବର୍ଷ ଡିସେମ୍ବରରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଂସଦରେ ସୂଚନା ଦେଇ କହିଥିଲେ ରେଳ ବିଭାଗର ଅଣଗେଜେଡେଡ୍ ବର୍ଗରେ ୩.୧୨ ଲକ୍ଷ ପଦ ଖାଲି ପଡ଼ିଛି।



