www.samajalive.in
Sunday, December 14, 2025
26.1 C
Bhubaneswar

ସର୍ବଦଳୀୟ ବୈଠକ : ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ପାରିତ ପାଇଁ ବିଜେଡିର ଦାବି

ନୂଆଦିଲ୍ଲୀ : ସଂସଦର ସ୍ୱତନ୍ତ୍ର ଅଧିବେଶନ କାଳରେ ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ପାରିତ କରିବାକୁ ବିଜୁ ଜନତା ଦଳ ଦାବି କରିଛି। ଅଧିବେଶନ ପୂର୍ବରୁ ଆହୂତ ସର୍ବଦଳୀୟ ବୈଠକରେ ବିଜେଡିର ଲୋକସଭା ନେତା ପିନାକୀ ମିଶ୍ର କହିଥିଲେ ଯେ ନୂଆ ସଂସଦ ସୌଧରେ ଭାରତୀୟ ଗଣତନ୍ତ୍ରର ନୂତନ ଯୁଗ ଆରମ୍ଭ ହେବା ଆବଶ୍ୟକ। ବର୍ତ୍ତମାନ ସଂସଦରେ ପ୍ରତି ୬୦ ଜଣ ପୁରୁଷ ସାଂସଦଙ୍କ ତୁଳନାରେ ମାତ୍ର ୪ ଜଣ ମହିଳା ସାଂସଦ ଅଛନ୍ତି ଯାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଲଜ୍ୟାଜନକ। ସମାଜର ୫୦ ପ୍ରତିଶତ ଅଂଶ ମହିଳା ସମାଜକୁ ନ୍ୟାୟ ପ୍ରଦାନ ପାଇଁ ସରକାର ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ପାରିତ କରିବାକୁ ଆହ୍ୱାନ କରିଥିଲେ। ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ସମୟର ଆବଶ୍ୟକତା ଦର୍ଶାଇ ବିଜେଡି ଏହି ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ କରିବ ବୋଲି ସାଂସଦ ଶ୍ରୀ ମିଶ୍ର କହିଥିଲେ। ବୈଠକରେ ବିଜେଡିର ରାଜ୍ୟସଭା ନେତା ଡ଼ ସସ୍ମିତ ପାତ୍ର ଉପସ୍ଥିତ ଥିଲେ। ସ୍ୱତନ୍ତ୍ର ଅଧିବେଶନରେ ବିଜେଡି ସମେତ ବିଆରଏସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ପାରିତ କରିବାକୁ ଦାବି କରିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories