www.samajalive.in
Sunday, December 7, 2025
13.1 C
Bhubaneswar

ବ୍ୟାଟେରି ନଥିବା ଇଲେକ୍‍ଟ୍ରିକ୍‍ ଯାନ ଚଳାଚଳ ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନୁମତି

ନୂଆଦିଲ୍ଲୀ :  ପୂର୍ବରୁ ବ୍ୟାଟେରି ଖଞ୍ଜା ଯାଇନଥିବା ଇଲେକ୍‍ଟ୍ରିକ୍‍ ଯାନଗୁଡ଼ିକୁ ସଡ଼କରେ ଚଳାଚଳ କରିବା ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପରିବହନ ସଚିବମାନଙ୍କ ପାଖକୁ ଚିଠି ଲେଖି ମନ୍ତ୍ରଣାଳୟ କହିଛି, ଆଗରୁ ବ୍ୟାଟେରି ଖଞ୍ଜାଯାଇ ନଥିବା ଇଲେକ୍‍ଟ୍ରିକ୍‍ ଯାନଗୁଡ଼ିକୁ ବିକ୍ରି କରାଯାଇ ପାରିବ ଓ ସେଗୁଡ଼ିକର ପଞ୍ଜିକରଣ କରାଯାଇ ପାରିବ। ଏଥିପାଇଁ ପରୀକ୍ଷା କରିଥିବା ଏଜେନ୍ସୀର ସାର୍ଟିଫିକେଟ୍‍କୁ ଭିତ୍ତିକରି ସେଗୁଡ଼ିକୁ ଅନୁମତି ଦିଆଯିବ।
ମନ୍ତ୍ରଣାଳୟ କହିଛି, ପଞ୍ଜିକରଣ ପାଇଁ ବ୍ୟାଟେରିର ପ୍ରକାର ଓ ପ୍ରସ୍ତୁତ ଶୈଳୀ ସମ୍ବନ୍ଧୀୟ ସବିସ୍ତୃତ ତଥ୍ୟାବଳୀର କୌଣସି ଆବଶ୍ୟକତା ନାହିଁ। ଦେଶରେ ଅଧିକରୁ ଅଧିକ ସଂଖ୍ୟାରେ ଇଲେକ୍‍ଟ୍ରିକ୍‍ ଯାନ ଚଳାଚଳ କରିବାକୁ ସରକାର ପ୍ରୟାସ କରୁଛନ୍ତି। ଏଥିପାଇଁ ସେସବୁକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରଣାଳୟ କହିଛି, ବଡ଼ବଡ଼ ଜାତୀୟ ସ୍ୱାର୍ଥସମ୍ବଳିତ ଯୋଜନାଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ସମସ୍ତଙ୍କୁ ଏକାଠି ହୋଇ ଉଦ୍ୟମ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ଏହାଦ୍ୱାରା ଆମେ ଯାନବାହାନ ଜନିତ ପ୍ରଦୂଷଣକୁ କମ୍‍ କରିପାରିବା ଓ ତୈଳ ଆମଦାନୀ ବାବଦରେ ହେଉଥିବା ଖର୍ଚ୍ଚ ମଧ୍ୟ କମ୍‍ ହୋଇପାରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories