www.samajalive.in
Tuesday, December 9, 2025
15.1 C
Bhubaneswar

ଆଉଁଳି ଗୋପାଳ ଗୌ ଅନୁସନ୍ଧାନ କେନ୍ଦ୍ରରେ ଗୋଷ୍ଠାଷ୍ଟମୀ ପାଳନ

ନବରଙ୍ଗପୁର: ପବିତ୍ର ଗୋଷ୍ଠାଷ୍ଟମୀ ଉତ୍ସବ ଆଉଁଳି ସ୍ଥିତ ଗୋପାଳ ଗୌ ଅନୁସନ୍ଧାନ କେନ୍ଦ୍ରରେ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ଏହି ଉତ୍ସବ ପାଳନ ନେଇ ଖୁସି ପ୍ରକଟ କରିବା ସହ ପରିବେଶ ସୁନ୍ଦର ହୋଇଥିବା କହିଥିଲେ। ଦୁନିଆରେ ୩ଟି ମା’ ଅଛନ୍ତି। ଜନ୍ମଦାତ୍ରୀ, ମାଟିମାଁ ଓ ଗୋମାତା ବୋଲି କହିଥିଲେ। ଗୋ ମାତା ଦେହରେ ୩୩କୋଟି ଦେବତା ଅଛନ୍ତି। ଗୋପୂଜା ଓ ସେବା କଲେ ଏହି ଦେବତାଙ୍କର ପୂଜାହୋଇଥାଏ। ଫଳରେ ସୁଖ ଓ ସମୃଦ୍ଧି ବଢେ ବୋଲି କହିଥିଲେ। ଆଧୁନିକ ଯୁବରେ ଗୋବର ଖତ ବଦଳରେ ରାୟାୟନିକ ଖତ ବ୍ୟବହାର କାରଣରୁ ଅଧିକ ଉତ୍ପାଦନ ଆଶାରେ ମଣିଷ ମଣିଷର ହିଁ କ୍ଷତି କରୁଛି ଓ ନିଜ ଗୋଡରେ ନିଜେ କୁରାଡି ମାରୁଛି। ଏହି ଖାଦ୍ୟ ଖାଇ ଦେହରେ ବିଷ ସୃଷ୍ଟି ହୋଇ ରୋଗ ସଂଖ୍ୟା ବଢୁଛି। ଗାଇ ଖିର ଅମୃତ ସମାନ ହୋଇଥିବାବେଳେ ଗୋମାତା ସବୁବେଳେ ପୂଜନୀୟ ବୋଲି କହିଥିଲେ। ଅନ୍ୟତମ ଅତିଥୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ.ଚୌଧୂରୀ ଶୋଭାରାଣୀ ମିଶ୍ର ଦିନକୁ ଦିନ ନୂତନ ରୋଗ ବୃଦ୍ଧି ପାଉଥିବାବେଳେ ଜୀବନ ଶୈଳୀର ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଥିିଲେ। ଗୋ ସମ୍ପଦର ସୁରକ୍ଷା ସହିତ ସୁସ୍ଥ ସମାଜ ଗଠନ ଉପରେ ଗୁରୁତ୍ୱ ଦେଇଥିଲେ। କ୍ଷେତ୍ରୀୟ ଗୋସେବା ପ୍ରମୂଖ ସୁବାସ ଜୈନ ଗୋମାତା ରହିଲେ ସୃଷ୍ଟି ବଞ୍ଚିବ। ଗୋମାତା ଶେଷ ହେଲେ ସୃଷ୍ଟି ମଧ୍ୟ ସମାପ୍ତ ହେବ ବୋଲି କହିଥିଲେ। ଜମିରେ ଜୈବକି ସାର ବ୍ୟବହାର କରାଯାଉ ନ ଥିବାବେଳେ ରାସାୟନିକ ଖତ ଓ କୀଟନାଶକ ଔଷଧ ବ୍ୟବହାର ଦ୍ୱାରା ଜମିକୁ ନଷ୍ଟ ହେବା ସହ ପାଣି ଓ ବାୟୁ ପ୍ରଦୂଷିତ ହେଉଛି। ଫଳରେ ଏହାର ପ୍ରଭାବ ପରିବେଶ ରେ ପଢିବା ସହ ମଣିଷକୁ ଭୋଗିବାକୁ ପଡୁଛି। ଜର୍ସି ଗାଇଖିର ରୋଗର କାରଣ ହୋଇଥିବାବେଳେ ଦେଶୀ ଗାଈ କ୍ଷୀରରେ ରୋଗ ପ୍ରତିରୋଧକ ଶକ୍ତି ରହିଥିବା କହିଥିଲେ। ସମାଜସେବୀ ସୁଶୀଲ ଜୈନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜୟପୁରର ସମାଜସେବୀ ରୋତାସ ମାଟାନିୟା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ପୂଜା ଓ ହୋମ କରାଯାଇଥିଲା। ଏଥିରେ ୫୦୦ରୁ ଉର୍ଦ୍ଧ ନବରଙ୍ଗପୁର ଓ କେରାପୁଟ ଜିଲାର ଗୋପ୍ରେମୀ ଯୋଗଦେଇ ଗୋଶାଳାରେ ଥିବା ଗାଇମାନଙ୍କୁ ବିଭିନ୍ନ ଖାଦ୍ୟ ଓ ଫଳ ଖୁଆଇ ପୂଜାର୍ଚ୍ଚନ କରିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ପୂଜା ଓ ହୋମ କରାଯାଇଥିଲା।। ପରେ ଅତିରକ୍ତ ଜିଲାପାଳ ଭାସ୍କର ରଇତ ମଧ୍ୟ ଯୋଗଦେଇଥିଲେ। ଶେଷରେ ସମସ୍ତେ ଅନ୍ନପ୍ରସାଦ ସେବନ କରିଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories