www.samajalive.in
Friday, December 12, 2025
26.1 C
Bhubaneswar

ଗୋରଖପୁର ମନ୍ଦିରରେ ବଳପୂର୍ବକ ପ୍ରବେଶ ଉଦ୍ୟମ : ଆଇଆଇଟି ଉତ୍ତୀର୍ଣ୍ଣ ମୁର୍ତାଜା ଗିରଫ

ଗୋରଖପୁର :  ଦୁଇ ପୁଲିସ କନ୍‌ଷ୍ଟେବଳଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ରବିବାର ରାତିରେ ଗୋରଖପୁର ମନ୍ଦିରରେ ପ୍ରବେଶ ଉଦ୍ୟମ କରୁଥିବା ୨୯ବର୍ଷୀୟ ଅହମ୍ମଦ ମୁର୍ତାଜା ଆବାସୀକୁ ପୁଲିସ ସୋମବାର ଗିରଫ କରିଛି। ତା’ ନିକଟରେ ଥିବା ବ୍ୟାଗରୁ ଏକ ପେନ୍‌ ଡ୍ରାଇଭ୍‌, ଲାପଟପ୍‌ ଓ ଧାରୁଆ ଅସ୍ତ୍ର ଇତ୍ୟାଦି ଜବତ କରାଯାଇଛି । ମୁର୍ତାଜା ଆଇଆଇଟି ବମ୍ବେରୁ କେମିକାଲ ଇଞ୍ଜିନିୟରିଂରେ ସ୍ନାତକ ଶିକ୍ଷାଲାଭ କରିଥିବା ତଦନ୍ତବେଳେ ପୁଲିସ ଜାଣିବାକୁ ପାଇଛି। ଅତିରିକ୍ତ ପୁଲିସ ମହାନିର୍ଦେଶକ ଅଖିଳ କୁମାରଙ୍କ ସୂଚନାନୁଯାୟୀ, ଜଣେ ଉଚ୍ଚଶିକ୍ଷିତ ଯୁବକ ହୋଇ ମୁର୍ତାଜା ଏଭଳି କାଣ୍ଡ ଘଟାଇବା ପଛରେ କ’ଣ କାରଣ ରହିଛି ତାହା ତଦନ୍ତ କରାଯାଉଛି । ସ୍ଥାନୀୟ ଅଧିବାସୀ ମୁନିର ଅହମ୍ମଦଙ୍କ ଏକମାତ୍ର ପୁଅ ମୁର୍ତାଜା ବିବାହ କରିଥିଲେ ମଧ୍ୟ ପତ୍ନୀ କିଛି ମାସ ପୂର୍ବେ ଛାଡ଼ି ପଳାଇଥିବା ଜଣାପଡ଼ିଛି। ସେ ମୁମ୍ବଇରେ ଚାକିରି କରୁଥିଲା; କିନ୍ତୁ ବର୍ଷେ‌ ହେଲା ଚାକିରି ଛାଡ଼ି ଘରେ ରହୁଛି । ଶନିବାର ସେ ଘରୁ ବାହାରି ଥିବାବେଳେ ଆଉ ଫେରି ନ ଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି । ରବିବାର ସେ ବଳପୂର୍ବକ ମନ୍ଦିରରେ ପ୍ରବେଶ ଉଦ୍ୟମ କଲାବେଳେ ଧାର୍ମିକ ସ୍ଲୋଗାନ ଦେଉଥିଲା । ପୁଲିସ ସହିତ ତା’ର ଧସ୍ତାଧସ୍ତି ହୋଇଥିଲା ଏବଂ ସେଥିରେ ସେ ଆହତ ହୋଇ ଡାକ୍ତରଖାନାରେ ଅଛି । ଅପରପକ୍ଷରେ ରାଜ୍ୟ ସରକାର ଏହି ଘଟଣାକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ଅଭିହିତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ମୁର୍ତାଜାର ଆତଙ୍କବାଦୀଙ୍କ ସହ ସମ୍ପର୍କ ରହିଥିବା ସନ୍ଦେହ ପରିପ୍ରେକ୍ଷୀରେ ତଦନ୍ତ କରାଯାଉଛି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories