ତ୍ରିସ୍ତରୀୟ ନିର୍ବାଚନ: ପ୍ରଚାର ଜୋରଦାର, ଦ୍ବନ୍ଦ୍ବରେ ଭୋଟର
ଗୋପାଳପୁର: ଆସନ୍ତା ଫେବୃଆରୀ ୧୮ତାରିଖରେ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଦାନ ପରିପ୍ରେକ୍ଷୀରେ ରଙ୍ଗେଇଲୁଣ୍ଡା ବ୍ଲକ ରେ ଧିରେ ଧିରେ ରାଜନୈତିକ ଉଷ୍ମତା ଆରମ୍ଭ ହୋଇ ଯାଇଥିବା ବେଳେ ଭୋଟର କିନ୍ତୁ ଦ୍ବନ୍ଦରେ ରହିଥିବା ଜଣାପଡିଛି। ଚଳିତ ନିର୍ବାଚନରେ ବିଜେଡି-ବିଜେଡି ମଧ୍ୟରେ ମୁହାଁମୁହିଁ ଲଢେଇ ହେଉଥିବା ବେଳେ କେଉଁ ପ୍ରାର୍ଥୀ ବିଜେଡି ସମର୍ଥିତ ଓ କିଏ ନୁହଁ ତାହା ଠଉରାଇ ପାରୁ ନଥିବା ସହ କାହାକୁ ଭୋଟ ଦେବେ ତାହା ଭୋଟର ସ୍ଥିର କରି ପାରୁନଥିବା ଆଲୋଚନା ଜୋର ଧରିଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରୁଥିବା ରଙ୍ଗେଇଲୁଣ୍ଡା ବ୍ଲକରେ ୩୨ ଟି ପଞ୍ଚାୟତ ରହିଛି। ଚଳିତବର୍ଷ ୧୪୦୫୨୮ ଭୋଟର ସମସ୍ତ ୱାର୍ଡ ସଭ୍ୟ, ସରପଞ୍ଚ ଓ ସମିତ ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହା ମଧ୍ୟରେ ନାମାଙ୍କନ ଦାଖଲ ଓ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ନିର୍ବାଚନ ମଇଦାନରେ ୧୦୩ ସରପଞ୍ଚ, ୮୬ ସମିତିସଭ୍ୟ ଓ ୫୨୦ ୱାର୍ଡ଼ସଭ୍ୟ ଓହ୍ଲାଇ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରକାଶିତ ତଥ୍ୟ ଆଧାରରେ ଜଣାପଡିଛି। ଏହା ମଧ୍ୟରେ ପାଞ୍ଚ ସମିତି ସଭ୍ୟ ଅପ୍ରତିଦ୍ୱନ୍ଦି ରହିଥିବା ବେଳେ ଦୁଇ ସରପଞ୍ଚ ପ୍ରାର୍ଥୀ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ୮ଜଣ ୱାର୍ଡ଼ ସଭ୍ୟଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଥିଲା। ୪୫ଜଣ ୱାର୍ଡ ସଭ୍ୟ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା ବେଳେ ୨୫ ସରପଞ୍ଚ ଓ ୧୬ ଜଣ ସମିତିସଭ୍ୟ ପ୍ରାର୍ଥୀ ନିର୍ବାଚନ ମଇଦାନରୁ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିଲେ। ଏମାନଙ୍କ ମଧ୍ୟରେ କରାପଲ୍ଲୀ ପଞ୍ଚାୟତ ରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ପୂର୍ବତନ ୫୫ ନଂ ଜୋନ ଜିଲା ପରିଷଦ ସଭ୍ୟ ରହିଥିବା ଶଶିଭୂଷଣ ମହାନ୍ତି ମଧ୍ୟ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ। ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ସରପଞ୍ଚ ଙ୍କ ମଧ୍ୟରେ ଚାନ୍ଦପୁର ପଞ୍ଚାୟତ ରେ ଚିନି ରଶ୍ମିତା ପାତ୍ର ଏବଂ ମାର୍କଣ୍ଡି ପଞ୍ଚାୟତରେ ବି ଜ୍ୟୋତି ରହିଥିବା ବେଳେ ସମିତି ସଭ୍ୟ ଙ୍କ ମଧ୍ୟରେ ଚାନ୍ଦପୁର ପଞ୍ଚାୟତରେ ପ୍ରିୟଙ୍କା ଦଳାଇ, ବଡ କୁଶସ୍ଥଳୀରେ ସୁକାନ୍ତି ସେଠୀ,କରାପଲ୍ଲୀରେ ଏମ ଡିଲେଶ୍ବର ରେଡ୍ଡୀ,ଲଉଡିଗାଁରେ ମନୋଜ କୁମାର ନାୟକ ଓ ଲୁହାଝରରେ ଅନୀତା ମହାଙ୍କୁଡ ପ୍ରମୁଖ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ସାରିଛନ୍ତି।
ଏବେ ବଡ଼କୁଶସ୍ଥଳୀ ପଞ୍ଚାୟତ ନିର୍ବାଚନ ମଇଦାନରେ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ରହିଥିବା ବେଳେ ଭାବିନିପୁର ପଞ୍ଚାୟତରେ ୪ ସରପଞ୍ଚ ପ୍ରାର୍ଥୀ ଓ ୫ ସମିତି ସଭ୍ୟ ପ୍ରାର୍ଥୀ, ବିଶ୍ବନାଥ ପୁରରେ ୩ ସରପଞ୍ଚ ପ୍ରାର୍ଥୀ ଓ ୨ ସମିତି ସଭ୍ୟା ପ୍ରାର୍ଥୀ, ବକ୍ସିପଲ୍ଲୀରେ ୪ ସରପଞ୍ଚ ଓ ୪ ସମିତି ସଭ୍ୟ ପ୍ରାର୍ଥୀ, ଚିକରଡ଼ା ପଞ୍ଚାୟତ ପଞ୍ଚାୟତରେ ୩ ସମିତି ସଭ୍ୟ ପ୍ରାର୍ଥୀ ଓ ୩ ସରପଞ୍ଚ ପ୍ରାର୍ଥୀ, ଡୁରା ପଞ୍ଚାୟତରେ ୪ ସରପଞ୍ଚ ପ୍ରାର୍ଥୀ ଓ ୨ ସମିତିସଭ୍ୟ ପ୍ରାର୍ଥୀ, ଗୋଳାବନ୍ଧରେ ୨ ସରପଞ୍ଚ ଓ ୨ ସମିତିସଭ୍ୟ ପ୍ରାର୍ଥୀ, ଗୋଳନ୍ଥରାରେ ୨ ସରପଞ୍ଚ ଓ ୨ସମିତିସଭ୍ୟ , ଗଞ୍ଜୁରେ ୩ ସରପଞ୍ଚ ପ୍ରାର୍ଥୀ ଓ ୩ ସମିତିସଭ୍ୟ ପ୍ରାର୍ଥୀ , ହଳଦିଆପଦରରେ ୫ ସରପଞ୍ଚ ପ୍ରାର୍ଥୀ ଓ ୩ ସମିତି ସଭ୍ୟ ପ୍ରାର୍ଥୀ , ହାତୀପାଦରେ ୨ ସରପଞ୍ଚ ପ୍ରାର୍ଥୀ ଓ ୨ ସମିତି ସଭ୍ୟ ପ୍ରାର୍ଥୀ, ଇନ୍ଦ୍ର୍ରାକ୍ଷୀ ରେ ୪ ସରପଞ୍ଚ ପ୍ରାର୍ଥୀ ଓ ୪ ସମିତି ସଭ୍ୟ ପ୍ରାର୍ଥୀ, କମଳାପୁରରେ ୪ ସରପଞ୍ଚ ଓ ୨ ସମିତି ସଭ୍ୟ, କନିସିରେ ୪ ସରପଞ୍ଚ ଓ ୨ ସମିତି ସଭ୍ୟ , କରାପଲ୍ଲୀରେ ୩ ସରପଞ୍ଚ ପ୍ରାର୍ଥୀ, କେଲୁଆପଲ୍ଲୀରେ ୬ ସରପଞ୍ଚ ଓ ୬ ସମିତି ସଭ୍ୟ , କୋଳଥିଗାଁ ରେ ୫ ସରପଞ୍ଚ ପ୍ରାର୍ଥୀ ଓ ୩ ସମିତି ସଭ୍ୟ, କୋଠାରସିଂରେ ୨ ସରପଞ୍ଚ ପ୍ରାର୍ଥୀଓ ୪ ସମିତି ସଭ୍ୟ , ଲୋଉଡ଼ି ଗାଁରେ ୩ ସରପଞ୍ଚ ପ୍ରାର୍ଥୀ , ଲୁହାଝର ପଂଚାୟତ ରେ ୨ ସରପଞ୍ଚ ପ୍ରାର୍ଥୀ । ମନ୍ତ୍ରିଡିରେ ୩ ସରପଞ୍ଚ ପ୍ରାର୍ଥୀ ଓ ୨ସମିତି ସଭ୍ୟା ତଥା ପ୍ରାର୍ଥୀ ରହିଥିବା ବେଳେ ଏଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଚିନି.ଉଷାରାଣୀ ସମିତି ସଭ୍ୟା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ରହିଛନ୍ତି, ମାର୍କଣ୍ଡିରେ ୨ ସମିତି ସଭ୍ୟ ପ୍ରାର୍ଥୀ, ମେଣ୍ଡରାଜପୁରେରେ ୨ ସରପଞ୍ଚ ଓ ୨ ସମିତି ସଭ୍ୟ ପ୍ରାର୍ଥୀ, ନାରାୟଣପୁରରେ ୨ ସରପଞ୍ଚ ପ୍ରାର୍ଥୀ ଓ ୨ ସମିତିସଭ୍ୟ ପ୍ରାର୍ଥୀ, ପଦ୍ମପୁରରେ ୩ ସରପଞ୍ଚ ପ୍ରାର୍ଥୀ ଓ ୪ ସମିତି ସଭ୍ୟ ପ୍ରାର୍ଥୀ, ଫୁଲଟାରେ ୨ ସରପଞ୍ଚ ଓ ୨ସମିତି ସଭ୍ୟ ପ୍ରାର୍ଥୀ, ରଣ୍ଢାରେ ୩ ସରପଞ୍ଚ ଓ ୩ ସମିତି ସଭ୍ୟ , ରଙ୍ଗେଇଲୁଣ୍ଡାରେ ୩ ସରପଞ୍ଚ ଓ ୩ ଫୁଲଟାରେ ୨ ସରପଞ୍ଚ, ୨ସମିତି ସଭ୍ୟ , ରଣ୍ଢା ସରପଞ୍ଚ ପାଇଁ ୩ଜଣ, ସମିତି ସଭ୍ୟ ପାଇଁ ୩ଜଣ ମହିଳା ପ୍ରାର୍ଥୀ, ରଙ୍ଗିପୁରରେ ୫ ସରପଞ୍ଚ ଓ ୩ ସମିତିସଭ୍ୟ , ଶାସନପଦରରେ ୬ ସରପଞ୍ଚ ଓ ୩ ସମିତିସଭ୍ୟ, ସାତକୁଟୁଣି ରେ ୪ ସରପଞ୍ଚ ଓ ୩ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସହ ନିଜ ନିଜ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣାପଡିଛି।ଏହା ସହ ୩ ଜିଲ୍ଲା ପରିଷଦ ଆସନ ନିମନ୍ତେ ୩ ଦଳ କଂଗ୍ରେସ,ବିଜେଡି,ବିଜେପି ସମେତ ଆପ ପକ୍ଷରୁ ପ୍ରାର୍ଥୀ ପ୍ରଦାନ କରାଯାଇଛି। ଭୋଟ ଦାନ ତାରିଖ ଆଉ ମାତ୍ର ୧୮ ଦିନବାକି ରହିଥିବା ବେଳେ ଅଞ୍ଚଳରେ ପ୍ରାର୍ଥୀ ମାନଙ୍କ ପକ୍ଷରୁ ସେଭଳି ଭାବେ ପ୍ରଚାର ଆରମ୍ଭ ହୋଇ ପାରିନଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିବା ଅନେକ ଅଞ୍ଚଳ ବାସୀ ବର୍ତ୍ତମାନ ସୁଦ୍ଧା ଘର ଲେଉଟାଣି ଆରମ୍ଭ କରି ନଥିବା ବେଳେ ପ୍ରାର୍ଥୀ ମାନଙ୍କ ପକ୍ଷରୁ ସେମାନଙ୍କୁ ଯୋଗାଯୋଗ କରାଯାଇ ସମସ୍ତ ଖର୍ଚ୍ଚ ଦେବ ବୋଲି କହି ଗାଁକୁ ଡାକୁଥିବା ଜଣାପଡିଛି।ଦେଖାଯାଉ କେତେ ସଂଖ୍ୟାରେ ପ୍ରବାସୀ ନିର୍ବାଚନ ନିମନ୍ତେ ଘରବାହୁଡା ହେବା ସହ ନିର୍ବାଚନ ରେ ନିଜର ମତ ସାବ୍ୟସ୍ତ କରିବେ।
Comments are closed.