ଗୋପାଳପୁର: ଗୋଳନ୍ଥରା ଥାନା ଇଲାକାରେ ଜଣେ ୧୦ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଓ ଧମକ ଦେବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ଉକ୍ତ ଗାଁର ଓ. ବାଙ୍କେୟା ବୋଲି ପୁଲିସ ସୂଚନା ଦେଇଛି।
ମିଳିଥିବା ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ଏକ ଗାଁରେ ୨୦ ଦିନ ତଳେ ପୀଡିତା ନାବାଳିକାଙ୍କ ଜେଜେ ବାପାଙ୍କ ଦେହ ଅସୁସ୍ଥ ଥିବା ନେଇ ପୀଡ଼ିତାଙ୍କ ବାପାମା’ ତାଙ୍କୁ ଧରି ବ୍ରହ୍ମପୁର ବଡ଼ ମେଡିକାଲକୁ ଯାଇଥିଲେ। ଘରେ ନାବାଳିକା ଝିଅ ଏକୁଟିଆ ଥିବା ବେଳେ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ସେହି ଗ୍ରାମର ଓ. ବାଙ୍କେୟା ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଥଣ୍ଡା ପାନୀୟରେ ନିଶା ମିଶାଇ ନାବାଳିକାକୁ ପିଇବାକୁ ଦେଇଥିଲେ। ଯାହା ଫଳରେ କିଛି ସମୟ ପରେ ନାବାଳିକା ଚେତାଶୂନ୍ୟ ହୋଇପଡ଼ିଥିଲେ।
ଏହାର ସୁଯୋଗ ନେଇ ବାଙ୍କେୟା ନାବାଳିକା ଜଣଙ୍କୁ ପଡୋଶୀ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲା ଏବଂ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ଧମକ ଚମକ ଦେଇଥିଲା। ପରେ ନାବାଳିକା ଜଣଙ୍କ ସମସ୍ତେ ଘଟଣା ବାପାମା’ଙ୍କୁ କହିଥିଲେ। ଏ ନେଇ ପୀଡିତା ନାବାଳିକାଙ୍କ ବାପା ଶୁକ୍ରବାର ସନ୍ଧ୍ୟାରେ ଗୋଳନ୍ଥରା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୫୦/୨୪ ରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ବାଙ୍କେୟାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି।
Comments are closed.