www.samajalive.in
Saturday, December 6, 2025
19.1 C
Bhubaneswar

ଚାକିରୀ ଦେବା ନାଁରେ ଠକେଇ, ଜଣେ ଗିରଫ

ଗୋପାଳପୁର : ଗୋଳାବନ୍ଧ ଆର୍ମି ଏଡି କଲେଜ କ୍ୟାମ୍ପସ ପରିସରରେ ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗରେ ଗୋପାଳପୁର ପୁଲିସ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଧରାକୋଟ ଥାନା ଅଧୀନ ନନ୍ଦିଘୋର ଗ୍ରାମର ସନ୍ତୋଷ କୁମାର ସେଠୀ ବୋଲି ପୁଲିସ ସୂଚନା ଦେଇଛି।
ସୂଚନା ପ୍ରକାରେ ଅଭିଯୁକ୍ତ ସନ୍ତୋଷ ଗତ ଜାନୁଆରୀ ମାସରେ ଆର୍ମିରେ ଚାକିରୀ କରାଇଦେବା ନେଇ ଅନିତା ସ୍ୱାଇଙ୍କ ଠାରୁ ୧୧ ହଜାର ୫୦୦ ଶହ ଟଙ୍କା ନେଇ ଥିଲେ । କିଛି ଦିନ ପରେ  କ୍ୟାମ୍ପସ ପରିସରକୁ ନେଇ ଅନିତାକୁ ବୁଲାଇ ଆଣି ପରେ ନିଯୁକ୍ତି ପତ୍ର ଦେବି କହି ଡାକି ଥିଲା । ଅନିତା ଏବଂ ତାଙ୍କ ସାଙ୍ଗର ଭାଇ ଗୌରୀ ଶଙ୍କର ସେଠୀ ମିଶି ଆର୍ମି ମୁଖ୍ୟ ଫାଟକ ନିକଟକୁ ଯାଇଥିଲେ। ସେଠାରୁ ସନ୍ତୋଷ ଗୌରୀଙ୍କ ବାଇକ ନେଇ ଭିତରକୁ ଚାଲିଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ଫେରି ନଥିବାରୁ ଗୌରୀ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୨୯/୨୩ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ସନ୍ତୋଷକୁ କାବୁ କରି କୋର୍ଟ ଚାଲାଣ କରିଥିବା ପୁଲିସ କହିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories