www.samajalive.in
Saturday, December 13, 2025
15.1 C
Bhubaneswar

ଅଣ ଓସାରିଆ ରାସ୍ତା ଯୋଗୁଁ ଦୁର୍ଘଟଣା, ଟ୍ରକ ଚକା ତଳେ ପଡି ମହିଳା ମୃତ

ଗୋପାଳପୁର: ଜାତୀୟ ରାଜପଥ ନଂ ୧୬ ଡେଥ ଜୋନ ଭାବେ ପରିଚିତ ରହିଥିବା ବେଳେ ଆଜି ପୂର୍ବାହ୍ନରେ ଟ୍ରକ ଧକ୍କାରେ ପୁଣି ଜଣେ ମହିଳା ମୋଟରସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ମହିଳା ଜଣଙ୍କ ଛତ୍ରପୁର ରେଡିକା ସାହିର ଜି.ଝୁଲି ରାଓ(୪୮) ବୋଲି ଜଣାପଡିଛି। ଆଜି ପୂର୍ବାହ୍ନରେ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଅଟୋ ନଗର ସମ୍ମୁଖ ଜାତୀୟ ରାଜପଥର ଡ୍ରାଇଭରସନ ରୋଡରେ ଏକ ମାଛ ବୋଝେଇ ଟ୍ରକ ଏପି ୦୭ ଟିୟୁ ୬୫୭୭ ସମ୍ମୁଖରେ ଯାଉଥିବା ଏକ ମୋଟରସାଇକେଲ ଓଡି ୦୭ ଓ୍ବାଇ ୬୯୫୪କୁ ଧକ୍କା ଦେବା ଫଳରେ ମୋଟରସାଇକେଲଟି ଦୁର୍ଘଟଣା ଗ୍ରସ୍ତ ହେବା ସହ ମୋଟରସାଇକେଲ ପଛରେ ବସିଥିବା ମହିଳା ଝୁଲି ରାସ୍ତା ଉପରେ ପଡିଯାଇଥିଲେ। ଯାହାଫଳରେ ଟ୍ରକର ପଛ ଚକ ଝୁଲିଙ୍କ ମୁଣ୍ଡ ଉପରେ ଚଡିଯାଇଥିଲ। ଯାହାଫଳରେ ଘଟଣା ସ୍ଥଳରେ ଝିଲିଙ୍କ ମୃତ୍ୟୁ ଘଟିଥିଲା। ଛତ୍ରପୁର ରେଡିକା ସାହିର ଜି. ପାପାରାଓ(୫୨) ଓ ତାଙ୍କ ସ୍ତ୍ରୀ ଜି ଝୁଲି ରାଓ ଜାଗପୁରରୁ ନିଜର ସମ୍ପର୍କୀୟ ଙ୍କ ଘରୁ ଛତ୍ରପୁର ଫେରୁଥିଲେ।

ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗୋଳନ୍ଥରା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ପାପାରାଓ ଓ ମୃତ ଝିଲିକୁ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିଲେ। ହଳଦିଆପଦର ଅଟୋ ନଗର ଠାରେ ଗତ ୨ ବର୍ଷ ଧରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହା ଅତ୍ୟନ୍ତ ମନ୍ଥର ଗତିରେ ଚାଲୁ ରହୁଥିବାରୁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେବା ସହ ଅନେକ ଆହତ ହେଉଥିବା ନଜିର ରହିଛି। ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲୁ ରହୁଥିବାରୁ ଅଟୋନଗର ଅଞ୍ଚଳରେ ପ୍ରାୟ‌ ୧ କିମି ଅଞ୍ଚଳରେ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଟ୍ରକ ଓ ଅନ୍ୟ ଗାଡି ମୋଟରଗୁଡ଼ିକ ରାସ୍ତା କଡ଼ରେ ଥିବା ଅଣ ଓସାରିଆ ଡାଇଭରସନ ରୋଡରେ ଯାଆସ କରୁଛନ୍ତି। ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହା ସହ ବ୍ରହ୍ମପୁରରୁ କନିଷି ଯିବା ରାସ୍ତାରେ ଗୋଟିଏ ପଟେ ଏକ ପେଟ୍ରୋଲ ପମ୍ପ ରହୁଥିବାରୁ ଅନେକ ଗାଡି ମୋଟର ଭୂଲ ରାସ୍ତା ରେ ପେଟ୍ରୋଲ ପମ୍ପ କୁ ଯାଆସ କରୁଥିବା ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟୁଛି। ଓଭିରବ୍ରିଜ କାର୍ଯ୍ୟରେ ନିୟୋଜିତ ରହିଥିବା ଠିକାଦର‌ ପକ୍ଷରୁ ନିର୍ମାଣ ସ୍ଥାନରେ କୈାଣସି ଲୋକଙ୍କୁ ନିୟୋଜିତ କରା ନଯାଉଥିବାରୁ ଅମାନିଆ ଟ୍ରକ ଚାଳକମାନେ ଦୃତ ଗତିରେ ଗାଡି ଚାଲାଣ କରୁଥିବାରୁ ମଧ୍ୟ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହା ସହ ନିର୍ମାଣ ସ୍ଥାନରେ ସନ୍ଧ୍ୟା ପରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ମଧ୍ୟ କରାଯାଉନାହିଁ କି ଠିକାଦର‌ ପକ୍ଷରୁ ରାସ୍ତା ରେ‌ କୈାଣସି ସୂଚନା ଫଳକ ଲଗା ଯାଉନଥିବାରୁ ଦୁର୍ଘଟଣା ମାନ ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories