www.samajalive.in
Thursday, December 11, 2025
23.1 C
Bhubaneswar

ବୁଡିଗଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତ୍ତୀଲେ ୧୨

ରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଧଳପୁର ମହାନଦୀ ବ୍ରିଜ ଘାଟରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିବା ଜଣାପଡିଛି। ମାତ୍ର ସୌଭାଗ୍ୟ ବଶତଃ ଜଣେ ଶିଶୁ ସହିତ ଅନ୍ୟ ୧୧ଜଣ ଯାତ୍ରୀ ଏକ ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତୀଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଅନୁଗୁଳୁ ଜିଲ୍ଲା ଆଠମଲ୍ଲିକ ଲିପତିଙ୍ଗା ଅଂଚଳର ଗୋଟିଏ ପରିବାର ୧୨ଜଣ ଲୋକେ ଧଳପୁର ତେନ୍ତୁଳିପଦର ଗ୍ରାମକୁ ଏକ ବିବାହ ଭୋଜି ପାଇଁ ଆଠମଲ୍ଲିକ ପଟୁ ଏକ ଦେଶୀ ଡଙ୍ଗାରେ ଧଳପୁର ପଟକୁ ପାର ହେଉଥିଲେ। ଅତ୍ୟନ୍ତ ନିଶାସକ୍ତ ଅବସ୍ଥାରେ ନାଉରିଆ ଡଙ୍ଗା ପାର କରୁଥିବା ବେଳେ ନଦୀ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା।

ଫଳରେ ଯାତ୍ରୀମାନେ ନିଜ ଚେଷ୍ଟାରେ ଜଣେ ଶିଶୁକୁ ଧରି କୂଳରେ ସୁରକ୍ଷିତ ପଂହଚିଥିବା ଜଣାପଡିଛି। ପାଣିରେ ଦୁଇଟି ବାଇକ ବୁଡିଯାଇଥିବା ବେଳେ ଯାତ୍ରୀଙ୍କର ୪୦ହଜାର ଟଙ୍କା ସୁନା ମଧ୍ୟ ନଦୀରେ ବୁଡି ଯାଇଥିବା ଖବର ହସ୍ତଗତ ହୋଇଛି। ଖବରପାଇ ଘଟଣାସ୍ଥଳରେ ହରଭଙ୍ଗା ଅଗ୍ନିଶମ ବାହୀନି ପଂହଚି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡିଛି। ଅନ୍ୟପଟେ ହରଭଙ୍ଗା ଆଈ.ଆଇ.ସି ସଂଜିବ ରଣଭୂଇଁଷା ମଧ୍ୟ ଘଟଣାସ୍ଥଳରେ ପଂହଚି ଘଟଣାର ତଦନ୍ତ ଚଳେଇଥିବା ଜଣାପଡିଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories