www.samajalive.in
Friday, December 12, 2025
16.1 C
Bhubaneswar

ବିବାଦରେ ରଙ୍ଗେଇଲୁଣ୍ଡା ବ୍ଲକ; ଅଶାନ୍ତ ବାତବାରଣରେ ଚାଲିଛି କାର୍ଯ୍ୟାଳୟ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକରେ ପିଛା ଛାଡୁନି ବିବାଦ । ଆଜି ଦିନ ଗୋଟାଏ ବେଳେ ଜଣେ ଜି.ଆର.ଏସଙ୍କ ମାଡ଼ରେ ଜଣେ ରାଜନୈତିକ ଦଳର କର୍ମୀ ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଛି l କର୍ମୀ ତଥା ଶ୍ରମିକ ନେତା ଭାବେ ପରିଚିତ ଗୋଳନ୍ଥରା ଗ୍ରାମର ସନ୍ତୋଷ କୁମାର ପ୍ରଧାନଙ୍କ ଅଭିଯୋଗ ପ୍ରକାରେ ଗୋଳନ୍ଥରା ପଂଚାୟତର ଜିଆରଏସ ଭାବେ କାର୍ଯ୍ୟ କରୁଥିବା ରାକେଶ କୁମାର ସାମନ୍ତଙ୍କୁ ସେ ବ୍ଲକ କାର୍ଯ୍ୟାଳୟ ପରିସରରେ ମାଷ୍ଟର ରୋଲ ମାଗିଥିଲେ।

ଏଥିରେ ଜି.ଆର.ଏସ ଜଣଙ୍କ ଉତକ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିବା ସହ ନାକ ଓ ମୁହଁକୁ ମାଡ଼ ମାରିଥିଲେ । ସେ ତଳେ ପଡିଯିବା ପରେ ତାଙ୍କୁ ଜୀବନରେ ମାରିବାକୁ ଉଦ୍ୟମ କରାଯାଇଥିଲା । ସେହି ସମୟରେ ସେ ପାଟି କରିବାରୁ ସେଠାରେ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ l ସନ୍ତୋଷ ରକ୍ତାକ୍ତ ଅବସ୍ଥାରେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି l ପୁଲିସ ତାଙ୍କୁ ଡାକ୍ତରଖାନାକୁ ପଠାଇ ଚିକିତ୍ସା କରାଇଥିଲ l ଅନ୍ୟପଟେ ଗୋଳନ୍ଥରା ଥାନାରେ ଜି.ଆର.ଏସ ରାକେଶ, ସନ୍ତୋଷଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ଯେ, ସେ କାମରେ ବ୍ୟସ୍ତଥିବା ବେଳେ ଗୋଳନ୍ଥରା ଗ୍ରାମର ସନ୍ତୋଷ ଧମକ ଦେଇ ତାଙ୍କ କଲର ଧରିବା ସହ ଗାଳିଗୁଲଜ କରି ପିନ୍ଧିଥିବା ୧ ତୋଳ ଓଜନର ସୁନା ଚେଇନ ଲୁଟ କରିଥିବା ନେଇ ପାଲଟା ଅଭିଯୋଗ କରିଛନ୍ତି l

- Advertisement -

ଏନେଇ ଗୋଳନ୍ଥରା ଥାନାରେ ଦୁଇଟି ମାମଲା ୩୫୭/୨୨ ଓ୩୫୮/୨୨ରେ  ରୁଜୁ ହୋଇଛି l  ପ୍ରକାଶ ଥାଉକି ବ୍ଲକରେ ନୂତନ ବିଡିଓ କାର୍ଯ୍ୟରେ ଯୋଗଦାନ ପରଠାରୁ କେବେ ନା କେବେ କିଛିନା କିଛି ଅଘଟଣ ଲାଗିରହିଛି l ଗତ ୧୯ ତାରିଖରେ ବ୍ଲକ ପରିସରରେ ସୂଚନା କର୍ମୀଙ୍କୁ ମାଡ଼ମାରି ଅପହରଣ କରାଯାଇଥିବା ବେଳେ, ଗତ ଦୁଇଦିନ ତଳେ ଇନ୍ଦ୍ରାଖି ପଞ୍ଚାୟତର ଜିଆରଏସ ଲାଞ୍ଚ ନେଉଥିବା ବେଳେ ବ୍ଲକ ପରିସରରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ l

ଆଜି ଜି.ଆର.ଏସ ଓ ପରାଜିତ ସମିତି ସଭ୍ୟ ତଥା ଏକ ରାଜନୈତିକ ଦଳର କର୍ମୀଙ୍କୁ ଆକ୍ରମଣ ବ୍ଲକ ପ୍ରଶାସନର କାର୍ଯ୍ୟକ୍ଷମତା ଉପରେ ଆଙ୍ଗୁଳି ନିର୍ଦେଶ କରୁଛି l ଆଜି ଘଟଣା ଘଟିବା ସମୟରେ ବିଡିଓ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ ସୁଦ୍ଧା ଘଟଣା ପରେ ଗଞ୍ଜାମ ବ୍ଲକକୁ ଚାଲି ଯାଇଥିବା ଜଣାପଡିଛି । ଏହି ଘଟଣା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଜଣେ ବିଜେଡି ନେତା ଜି.ଆର.ଏସ ଙ୍କ ଦ୍ଵାରା ମାଡ ଖାଇବା ଘଟଣା ଆଲୋଚନାର ବିଷୟ ପାଲଟିଛି ।

 

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories