www.samajalive.in
Saturday, December 6, 2025
23.1 C
Bhubaneswar

ଗୋପାଳପୁର ଔଷଧ ପାର୍କ ଭିତ୍ତିଭୂମି ବିକାଶ ପାଇଁ ୧୫୦୦କୋଟି ଟଙ୍କା ବ୍ୟୟ ଅଟକଳ; ସୃଷ୍ଟି ହେବ ୫୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଅଣ-ଖଣିଜ ଭିତ୍ତିକ ଶିଳ୍ପାନୟନ ମାଧ୍ୟମରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ସରକାରଙ୍କ ତରଫରୁ ରାଜ୍ୟରେ ବୃହତ୍‍ ଔଷଧ ପାର୍କ ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‍ମୋଡ୍‍ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ପାର୍କ ପ୍ରତିଷ୍ଠାର ସମ୍ଭାବନା ଏବଂ ତତ୍‍ ସମ୍ବନ୍ଧିତ ବୈଷୟିକ ଓ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।
ଓଡ଼ିଶାରେ ବୃହତ୍‍ ଔଷଧ ପାର୍କର ବ୍ୟାପକ ସମ୍ଭାବନାକୁ ବିଚାର କରି ଏଥିପାଇଁ ଯଥା ଶ୍ରୀଘ୍ର ଏକ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ। ପାର୍କ ପ୍ରତିଷ୍ଠା ପ୍ରସ୍ତାବର ରୂପାୟନ ନିମନ୍ତେ ଏକ କାର୍ଯ୍ୟନ୍ୱୟନ ସଂସ୍ଥା ଗଠନ କରିବାକୁ ମଧ୍ୟ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ପ୍ରକଳ୍ପ ପ୍ରସ୍ତୁତ ଚୂଡ଼ାନ୍ତ କରିବାକୁ ନିର୍ଦେଶ ଦେଇଥିଲେ।
ଗୋପାଳପୁରସ୍ଥିତ ଟାଟା ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳ(ଏସ୍‍ଇଜେଡ୍‍)ଠାରେ ଏହି ପାର୍କ ପ୍ରତିଷ୍ଠା ନିମନ୍ତେ ବୈଠକରେ ନୀତିଗତ ନିଷ୍ପତ୍ତି ହୋଇଥିଲା। ପାର୍କ ପାଇଁ ଆବଶ୍ୟକୀୟ ପ୍ରାୟ ୧୦୦୦ଏକର ଜମି ଟା ଏସ୍‍ଇଜେଡ୍‍ରେ ଉପଲବ୍ଧ। ଏହି ସ୍ଥାନ ମଧ୍ୟ ବନ୍ଦର, ରେଳବାଇ ଏବଂ ଜାତୀୟ ରାଜପଥ ସହ ସଂଯୁକ୍ତ। ଭୁବନେଶ୍ୱର ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ଦୁଇ ଘଣ୍ଟାରୁକମ୍‍ ସମୟ ମଧ୍ୟରେ ଏହି ସ୍ଥାନରେ ପହଞ୍ଚି ହେବ। ଗୋପାଳପୁରରେ ମଧ୍ୟ ଏକ ‘ଏୟାର୍‍ ଷ୍ଟ୍ରିପ୍‍’ ରହିଛି, ଯାହାକୁ ଭବିଷ୍ୟତରେ ଗମନାଗମନ ପାଇଁ ବ୍ୟବହାର କରାଯାଇପାରିବ।
ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା କହିଥିଲେ ଯେ ଏହି ପାର୍କରେ ଉନ୍ନତମାନର ସାଧାରଣ ଭିତ୍ତିଭୂମି ସୃଷ୍ଟି କରାଯିବ। ସାଧାରଣ ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ, କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ପ୍ଲାଣ୍ଟ, ମାଲଗୋଦାମ, ସ୍ୱତନ୍ତ୍ର ବିଦ୍ୟୁତ୍‍ ବିତରଣ ବ୍ୟବସ୍ଥା, ସାଧାରଣ ବାଷ୍ପ ସୃଷ୍ଟି ଓ ବଣ୍ଟନ ପ୍ଲାଣ୍ଟ, ଆଧୁନିକ ପରୀକ୍ଷାଗାର, ବୈଷୟିକ ଇନ୍‍କୁବେଟର, ବୌଦ୍ଧିକ ସମ୍ପତ୍ତି ସମ୍ବନ୍ଧିତ ସେବା ଆଦି ଏହି ସାଧାରଣ ଭିତ୍ତିଭୂମିର ମୁଖ୍ୟ ଅଂଶ ହେବ।
ପାର୍କରେ ସାଧାରଣ ଭିତ୍ତିଭୂମିର ବିକାଶ ନିମନ୍ତେ ପ୍ରାୟ ୧୫୦୦ମୋଟ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥିକ ସହଯୋଗ ଯୋଗାଇ ଦେବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ପାର୍କର ରୂପାୟନ ନିମନ୍ତେ ଇଡ୍‍କୋ ଏବଂ ଟାଟା ଏସ୍‍ଇଜେଡ୍‍ ମଧ୍ୟରେ ଏକ ସ୍ୱତନ୍ତ୍ର ପ୍ରକଳ୍ପ ବାହକ ଗଠନ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଳଶ। ଏଥିରେ ଇଡ୍‍କୋ ପ୍ରମୁଖ ଅଂଶୀଦାର ରହିବେ। ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ଜଣାଇଥିଲେ ଯେ ଏହି ପାର୍କ ମାଧ୍ୟମରେ ପ୍ରାୟ ୫୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଚଳିତ ମାସ ୨୫ ତାରିଖ ମଧ୍ୟରେ ପ୍ରକଳ୍ପ ପ୍ରସ୍ତାବ ଚୁଡ଼ାନ୍ତ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ।
ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇପିକଲ୍‍ର ପରିଚାଳନା ନିର୍ଦେଶକ ନିତୀନ୍‍ ଭାନୁଦାସ ଜାୱାଲେଙ୍କ ସମତେ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories