www.samajalive.in
Thursday, December 11, 2025
16.1 C
Bhubaneswar

‘ମାନବ ସମ୍ବଳ ଦୃଶ୍ୟପଟ -୨୦୩୦’ ଆଲୋଚନା ଚକ୍ର ଅନୁଷ୍ଠିତ

ଗୋପାଳପୁର : ଆଇଏସଟିଡି ବ୍ରହ୍ମପୁର ଶାଖା ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ମାତକୋତ୍ତର  ଇଆରପିଏମ୍  ବିଭାଗର ମିଳିତ ଆନୁକୁଲ୍ୟରେ ଶନିବାର ବିଶ୍ଵବିଦ୍ୟାଳୟ ସେମିନାର ହଲ ପରିସରରେ ‘ମାନବ ସମ୍ବଳ ଦୃଶ୍ୟପଟ -୨୦୩୦’ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇଏସଟିଡି ବ୍ରହ୍ମପୁର ଶାଖା ସଭାପତି ପଞ୍ଚୁ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୋପାଳପୁର ପୋର୍ଟ ଲିମିଟେଡ଼ର ମାନବସମ୍ବଳ ଉପସଭାପତି ଏସକେ ମହାପାତ୍ର ଆଲୋଚନା ଚକ୍ରର ଆଭିମୁଖ୍ୟ ବିଷୟରେ ଅବଗତ କରିବା ସହ ଏକବିଂଶ ଶତାବ୍ଦୀରେ ପୃଥିବୀରେ ଶିଳ୍ପ ବିଳ୍ପବ ଦେଖାଦେଇଥିବା ବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଛି, କିନ୍ତୁ ଏହି ସବୁ ଶିଳ୍ପ କ୍ଷେତ୍ରରେ ଚାହିଦା ମୁତାବକ ଦରକାର ପଡ଼ୁଥିବା ୪ ମିଲିୟନ ତାଲିମ ପ୍ରାପ୍ତ ମାନବସମ୍ବଳ ବଦଳରେ କେବଳ ଏହା ୦.୨ ମିଲିୟନରେ ରହିଛି। ଭାରତରେ ତାଲିମ ପ୍ରାପ୍ତ ମାନବସମ୍ବଳ ବିକାଶ କରିବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣି ଯୋଗ ଦେଇ ଆଗାମୀ ପିଢ଼ିକୁ ପାରମ୍ପରିକ ଶିକ୍ଷାଦାନ ସହ ବୈଷୟିକ ଶିକ୍ଷା ପ୍ରତି ଧ୍ୟାନ ଦିଆଗଲେ ଭାରତରେ ରହିଥିବା କୁଶଳୀ ଓ ଅଣକୁଶଳୀ ମଧ୍ୟରେ ରହିଥିବା ତାରତମ୍ୟର ସମାଧାନ ହୋଇପାରିବ ଏଣୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ଗୋପାଳପୁର ପୋର୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ନିର୍ଦ୍ଦେଶକ କେପଟନ୍ ସନ୍ଦୀପ ଅଗ୍ରୱାଲ ଯୋଗ ଦେଇ ଭାରତରେ ପୁରୁଷଙ୍କ ସହ ସମକକ୍ଷ ଭାବେ ମହିଳାଙ୍କୁ ମଧ୍ୟ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଥିବା ବେଳେ ପୋର୍ଟ ମାନଙ୍କରେ ମଧ ମହିଳା ମାନଙ୍କୁ ଚାକିରି କ୍ଷେତ୍ରରେ ସମାନ ସୁଯୋଗ ଦିଆଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୋଳାବନ୍ଧ ଆର୍ମି ଏଡି କଲେଜର ବ୍ରିଗେଡିୟର ରୋହିତ ବକ୍ସି, ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠାନର ଏଜେ ଜନାର୍ଧନମ, ଆଇଏସଟିଡିର ଜାତୀୟ ସଭାପତି ଡ଼ ନଟରାଜ ରାୟ ପ୍ରମୁଖ ମଞ୍ଚାସିନ  ରହିଥିଲେ। ସଭା ଶେଷରେ ଡ଼ ସତ୍ୟବ୍ରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଆୟୋଜିତ ଅଧିବେଶନରେ ଉଦ୍ୟୋଗ  ବିଶେଷଜ୍ଞ ଶିବରାମ ସାହୁ, ପୂର୍ବତନ ପ୍ରଧ୍ୟାପକ ପ୍ରଫେସର ଭବାନୀ ପ୍ରସାଦ ରଥ,ଭୂବନେଶ୍ବର ଶାଖା ସଭାପତି ଅଶୋକ ପଣ୍ଡା, ପରାମର୍ଶଦାତା ଅନୁଷ୍ଠାନ ବିଶେଷଜ୍ଞ  ଏନ୍ କେ ବେହେରା, ପ୍ରଧ୍ୟାପକ ପ୍ରଫେସର ବିଭୂତି ଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବ୍ୟକ୍ତବ ଉପସ୍ଥାପନ କରିଥିଲେ। ଶେଷରେ ଗୋପାଳପୁର ପୋର୍ଟ ମାନବସମ୍ବଳ ଉପସଭାପତି ତଥା ଆଲୋଚନାଚକ୍ର କନଭେନର ଶାନ୍ତନୁ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗୋପାଳପୁର ପୋର୍ଟ, ପେନ୍ଥା ସିମେଣ୍ଟ, ଆଫକନ୍,ଓଜେକେ ପେପର ମିଲ ପ୍ରମୁଖ ସହଯୋଗ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories