www.samajalive.in
Sunday, December 14, 2025
26.1 C
Bhubaneswar

ଉତ୍କଳମଣୀଙ୍କ ଅନନ୍ୟ ତ୍ୟାଗ ଓ ଆଦର୍ଶ ଯୁଗେ ଯୁଗେ ଜନମାନସକୁ ଅଭିପ୍ରେରିତ କରିବ

ବେଗୁନିଆ : ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୧୪୫ତମ ଜୟନ୍ତୀ ଆଜି ସକାଳେ ସ୍ଥାନୀୟ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।ବିବେକାନନ୍ଦ ମିଶ୍ରଙ୍କ ଆବାହକତ୍ଵ ଏବଂ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ବିନୋଦ ଦାସ ବେଦ ପାଠ କରିଥିଲେ ।ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ରନାଥ ପାଣିଗ୍ରାହୀ, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ବେହେରା, ଶିକ୍ଷକ ଶାନ୍ତନୁ କୁମାର ପାଇକରାୟ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାଗିରଥି ପରିଡା, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ କୂଳମଣି ବଳିଆରସିଂ, ସମାଜସେବୀ ଦୀନବନ୍ଧୁ ଦାଶ ଏବଂ ସତ୍ୟବାଦୀ ସାହୁ , ଓଁମ ପ୍ରକାଶ ବାହୁବଳେନ୍ଦ୍ର ,କୃଷି ଓଭରସିୟର ଶ୍ୟାମସୁନ୍ଦର ବେହେରା ଭ୍ରମରବର ଦାସ, ରାଜକିଶୋର ସାହୁ , ବିଭୂଚନ୍ଦ୍ର ଦାସ ଏବଂ ଓଁମ ଜୟପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଉତ୍କଳମଣୀଙ୍କ ଅନନ୍ୟ ତ୍ୟାଗ ଓ ଆଦର୍ଶ ଯୁଗେ ଯୁଗେ ଜନମାନସକୁ ଅଭିପ୍ରେରିତ କରିବ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ପୃକ୍ତ ବିଦ୍ୟାଳୟ ପରିସରରେ ଅବହେଳିତ ଅବସ୍ଥାରେ ରହିଥିବାରୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । ଉକ୍ତ ସ୍ଥାନର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଉପସ୍ଥିତ ବ୍ୟକ୍ତିମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଗୋପବନ୍ଧୁଙ୍କ ନାମରେ ଏହି ବିଦ୍ୟାଳୟଟି ନାମିତ ହୋଇଥିବାବେଳେ ବିଦ୍ୟାଳୟ ତରଫରୁ ଗୋପବନ୍ଧୁଙ୍କର କୌଣସି କାର୍ଯ୍ୟକ୍ରମ ଏଠାରେ କରାଯାଇ ନଥାଏ ।ଉକ୍ତ ସ୍ଥାନର ରକ୍ଷଣାବେକ୍ଷଣ କରାନଯାଇ ଅବହେଳିତ ଅବସ୍ଥାରେ ପ୍ରତିମୂର୍ତିଙ୍କୁ ଅଣଦେଖା କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories