www.samajalive.in
Friday, December 12, 2025
27.1 C
Bhubaneswar

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଜ୍ୟପାଳ ଗଣେଶୀ ଲାଲ, କବିତା ପଢ଼ିଲେ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଆଙ୍କୋଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହି ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବା ଅବସରରେ ବିଦ୍ୟାଳୟ ପରିସରରେ ସୁସଜ୍ଜିତ ପରିବେଶରେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି। ପ୍ରତିମୂର୍ତ୍ତି ଅନାବରଣ ପରେ ସେଥିରେ ଲେଖାଯାଇଥିବା ଗୋପବନ୍ଧୁଙ୍କ ପଙକ୍ତି ‘ ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ….କୁ ରାଜ୍ୟପାଳ ପଢିବାକୁ ଉଦ୍ୟମ କରିବା ସହ ଏହାର ସାରାଂଶ ଜାଣିବାକୁ ଚାହିଁଥିଲେ। ଏହି ସମୟରେ ସେଠାରେ ଆମନ୍ତ୍ରିତ ହୋଇ ଉପସ୍ଥିତ ଥିବା ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ରକୁମାର ଜେନା କବିତାକୁ ଓଡ଼ିଆରେ ପାଠ କରି ହିନ୍ଦୀରେ ଅନୁବାଦପୂର୍ବକ ରାଜ୍ୟପାଳଙ୍କୁ ବୁଝାଇଥିଲେ। ଲୋକସେବକମଣ୍ଡଳ ଓ ‘ସମାଜ’ ସଦାସର୍ବଦା ପୂଜ୍ୟପୂଜା ପ୍ରତି ଧ୍ୟାନ ଦେଇ ଆସିଛି। ‘ସମାଜ’ର ପ୍ରାଣପ୍ରତିଷ୍ଠାତା ମହାନ ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ସ୍ମୃତିସମ୍ମାନ ପୂର୍ବକ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ପ୍ରତିବର୍ଷ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଯୋଗାଇ ଦିଆଯାଉଛି ବୋଲି ଏହି ଅବସରରେ ଶ୍ରୀ ଜେନା ରାଜ୍ୟପାଳଙ୍କୁ ଅବଗତ କରିଥିଲେ।
ରାଜ୍ୟପାଳ ପରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବ୍ରହ୍ମପୁର ବିଧାୟକ ଡ.ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ବିଧାୟକ ଡ.ପ୍ରଦୀପକୁମାର ପାଣିଗ୍ରାହୀ, ଆଙ୍କୋଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶତବାର୍ଷିକୀ ଉତ୍ସବ କମିଟିର ଅଧ୍ୟକ୍ଷ ଭାଗିରଥି ମହାରଣା, ଜିଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା ପ୍ରମୁଖ ଉପସ୍ଥ୍‍ିତ ଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories