‘ଗୁଗୁଲ ଡୁଡୁଲ’କୁ ପୁରିଲା ୩୦ ବର୍ଷ

ନୂଆଦିଲ୍ଲୀ: ଗୁଗୁଲ ଡୁଡୁଲ ମାର୍ଚ୍ଚ ୧୨ରେ ତାର www ଅର୍ଥାତ ୱାର୍ଲଡ ୱାଇଡ ୱେବସାଇଟର ୩୦ ବର୍ଷ ପୂର୍ତ୍ତି ପାଳନ କରୁଛି। ୱାର୍ଲଡ ୱାଇଡ ୱେବର ପରିକଳ୍ପନା ଆଧୁନିକ ମାନବ ସଭ୍ୟତା ପାଇଁ ଏକ ପରିବର୍ତନର ଉତ୍କୃଷ୍ଟ ମାଧ୍ୟମ ପାଲଟିଛି। ୧୯୮୯ ମସିହା ମାର୍ଚ୍ଚ୧୨ ତାରିଖରେ ୩୩ ବର୍ଷୀୟ ବର୍ଣ୍ଣରଶ ଲୀ ୱାର୍ଲଡ ୱାଇଡ ୱେବସାଇଟ ସମ୍ପର୍କିତ ପ୍ରସ୍ତାବ ଦାଖଲ କରିଥିଲେ ଯାହାର ପ୍ରାରମ୍ଭିକ ନାମ ଥିଲା ‘ମେଶ’ ଏବଂସେ ସମୟରେ ସ୍ୱିଜରଲାଣ୍ଡସ୍ଥିତ ପଦାର୍ଥ ବିଜ୍ଞାନ ପରୀକ୍ଷାଗାରର କିଛି ବନ୍ଧୁଙ୍କ ସହ ସୂଚନା ଆଦାନ ପ୍ରଦାନ କରୁଥିଲେ। ୧୯୯୧ରେ ଏହାର ଏଚଟିଟିପି ନାମକୁ ପରିବର୍ତ୍ତନ କରାଯାଇ ୱାର୍ଲଡ ୱାଇଡ ୱେବ ରଖାଗଲା। ୧୯୯୩ ଏପ୍ରିଲରେ ଏହି ୱାର୍ଲଡ ୱାଇଡ ୱେବସାଇଟକୁ ସାର୍ବଜନୀନ କରାଯାଇଥିଲା। ସେହି ବର୍ଷ ନଭେମ୍ବରରୁ ଏହାର ଲୋକପ୍ରିୟତା ବଢି ଚାଲିଲା ଏବଂ ପରେ ଏହାକୁ ସାଧାରଣ ଲୋକଙ୍କ ବ୍ୟବହାର ଯୋଗ୍ୟ କରିବା ପାଇଁ ମଜେକ ଓ ପରେ ଗୁଗଲ କ୍ରୋମ ଏବଂ ମୋଜିଲା ଫାୟାରଫକ୍ସ ଭଳି ସର୍ଚ୍ଚ ଇଞ୍ଜିନ ଆସିଲା। ୧୯୯୦ରେ ଏହାର ବ୍ୟବହାରକାରୀ ମାତ୍ର କେତେ କୋଟି ଥିବା ବେଳେ ୨୦୧୯ରେ ବ୍ୟବହାରକାରୀଙ୍କ ସଂଖ୍ୟା ୪୩୯ କୋଟିରେ ପହଞ୍ଚିଛି।