www.samajalive.in
Sunday, December 7, 2025
18.1 C
Bhubaneswar

ସୁନା ଧାରଣ କରିବାକୁ ପସନ୍ଦ କରୁଥିଲେ ; ଜାଣି ରଖନ୍ତୁ ଏହି କଥା

ବିଭିନ୍ନ ମୂଲ୍ୟବାନ୍‍ ଧାତୁଙ୍କ ମଧ୍ୟରେ ସୁନା ଏକ ମୂଲ୍ୟବାନ୍‍ ଧାତୁ। ସୁନା ଧାରଣ କରିବା କେତେ ଶୁଭଙ୍କର ତାହା ସଭିଏଁ ଜାଣିବା ଉଚିତ। କେଉଁ ରାଶିର ବ୍ୟକ୍ତି ବିଶେଷ ସୁନାମୁଦି ଧାରଣ କରିବା ଉଚିତ ଓ ଏହା କେତେ ଶୁଭଙ୍କର ଜାଣି ରଖନ୍ତୁ।
ସୁନା ଆଭୂଷଣକୁ ନେଇ ଏକ ଭିନ୍ନ ଆକର୍ଷଣ ରହିଛି। ମନ୍ଦିରରେ ଦେବୀ-ଦେବତା ମାନେ ମଧ୍ୟ ସୁନାର ଅଳଙ୍କାରରେ ସୁସଜ୍ଜିତ ହୋଇ ଥାଆନ୍ତି। ସଭିଏଁ ସୁନା ଧାରଣ କରିବାକୁ ବେଶ ପସନ୍ଦ କରିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ରାଶି ଅନୁଯାୟୀ ସୁନା ଧାରଣ କଲେ ଖୁବ ଶୁଭଫଳ ମିଳିଥାଏ ବୋଲି ବର୍ଣ୍ଣନା କରାଯାଇଛି..
ସୁନା ଧାତୁର ଆଧ୍ୟାତ୍ମିକ ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଲାଭ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତର୍ଜନୀ ଆଙ୍ଗୁଠିରେ ସୁନା ମୁଦି ଧାରଣ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ହୋଇଥାଏ। ଏହାସହ ରାଜଯୋଗ ପ୍ରାପ୍ତିରେ ସହାୟକ ହୋଇଥାଏ। ଅନାମିକା ଆଙ୍ଗୁଠିରେ ସୁନା ଧାରଣ କରିବା ଦ୍ୱାରା ସନ୍ତାନ ସୁଖ ପ୍ରାପ୍ତିି ହୋଇଥାଏ। ଥଣ୍ଡା ଓ ଶ୍ୱାସ ଜନିତ ସମସ୍ୟା ଲାଗି ରହୁଥିଲେ, କନିଷ୍ଠ ଆଙ୍ଗୁଠିରେ ସୁନାର ମୁଦି ପିନ୍ଧି ପାରିବେ। ବୈବାହିକ ଜୀବନରେ ସୁଖଶାନ୍ତି ପ୍ରାପ୍ତି ପାଇଁ ସୁନା ଆଭୂଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିବାହ ପରେ ସୁନା ଧାରଣ କରିବା ଦ୍ୱାରା ଶୁଭଫଳ ମିଳିଥାଏ।
ମେଷ ରାଶି ବ୍ୟକ୍ତିବିଶେଷ ସୁନା ମୁଦି ପିନ୍ଧିବା ଶୁଭଙ୍କର। ଏହାକୁ ଧାରଣ କରିବା ଦ୍ୱାରା ସାହାସୀ ହୋଇଥାଆନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ। ପିତାମାତା, ବନ୍ଧୁ ପ୍ରିୟଜନ ସର୍ବଦା ଆପଣଙ୍କୁ ସାହାଯ୍ୟ କରିଥାଆନ୍ତି। କରଜ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ସିଂହ ରାଶିର ବ୍ୟକ୍ତି ବିଶେଷ ସୁନା ଧାରଣ କରିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ତେଣୁ ଏହି ରାଶିର ବ୍ୟକ୍ତିବିଶେଷ ନିଶ୍ଚୟ ସୁନା ଧାରଣ କରନ୍ତୁ। ଏହି ରାଶିର ସ୍ୱାମୀ ସୂର୍ଯ୍ୟଦେବ। କର୍ମକ୍ଷେତ୍ର ସହ ଜୀବନରେ ଖୁବ ସଫଳତା ମିଳିଥାଏ।
କନ୍ୟା ରାଶିର ବ୍ୟକ୍ତି ବିଶେଷ ସୁନା ମୁଦି ଧାରଣ କରିବା ଦ୍ୱାରା ଧିରେ ଧିରେ ଆପଣଙ୍କ ଇଚ୍ଛା ପୂରଣ ହେବାକୁ ଲାଗିଥାଏ। ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ। ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।
ଧନୁ ରାଶିର ବ୍ୟକ୍ତିବିଶେଷ ସୁନା ମୁଦି ଧାରଣ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। କାର୍ଯ୍ୟରେ ଶୀଘ୍ର ସଫଳତା ମିଳିଥାଏ। ଧନ ଜନିତ ସମସ୍ୟା ଦୂର ହୋଇଥାଏ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ। ଜୀବନରେ ଖୁସି ଭରିଯାଏ।
ବୃଷଭ, ମିଥୁନ, ବିଛା ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ସୁନାର ଆଭୂଷଣ ଧାରଣ କରିବା ଉତ୍ତମ ନୁହେଁ। ସେହିପରି ତୁଳା ଓ ମକର ରାଶି ବ୍ୟକ୍ତି ବିଶେଷ କମ ସୁନା ପିନ୍ଧିବା ଭଲ।
ଲୁହା ଓ କୋଇଲା କାମ କରୁଥିବା ବ୍ୟକ୍ତି ବିଶେଷ ସୁନା ଆଭୂଷଣ ଧାରଣ କରିବା ସେତେ ଉତ୍ତମ ନୁହେଁ। ଏହାର ପ୍ରଭାବ କର୍ମକ୍ଷେତ୍ରରେ ପଡିଥାଏ ବୋଲି କୁହାଯାଏ।
ଶୋଇବା ସମୟରେ ମୁଣ୍ଡ ଉପରେ ସୁନାର କୌଣସି ଜିନିଷ ରଖି ଶୁଅନ୍ତୁ ନାହିଁ। ଲାଲ କପଡାରେ ବାନ୍ଧି ସୁନା ରଖନ୍ତୁ। ଏହାଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ସୁନା ଧାରଣ କରି ନିଶା ସେବନ କରନ୍ତୁ ନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories