ଗୋଟିଏ ଛେଳିକୁ ଚାରି ଜଣ ପୁଲିସ କର୍ମଚାରୀ ଏକ ଜିପରେ ନେବା ସମୟରେ କେହି ଜଣେ ଏ ସମସ୍ତ ଦୃଶ୍ୟକୁ ମୋବାଲରେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ସେୟାର କରିଛି ଓ ଲେଖିଛି ପୁଲିସ ବିନା ମାସ୍କରେ ବୁଲୁଥିବା ଛେଳିକୁ ନେଇଯାଇଛି। ମାତ୍ର ପରେ ଘଟଣାଟିର ପ୍ରକୃତ ସତ୍ୟତା ସାମ୍ନାକୁ ଆସିଥିଲା। କିନ୍ତୁ ଘଟଣା ଜଣାପଡ଼ିବା ପୂର୍ବରୁ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ସାରିଥିଲା।
ଉତରପ୍ରଦେଶ କାନପୁରରେ ଏଭଳି ଏକ ଘଟଣା ରବିବାର ଘଟିଛି। ରାସ୍ତାରେ ବୁଲୁଥିବା ଏକ ଛେଳିକୁ ପୁଲିସ ନେଇଯିବା ପରେ ଏହା ଲୋକଙ୍କ ମନୋରଞ୍ଜନର ଏକ କାରଣ ହୋଇଗଲା।
ସୂଚନା ଅନୁଯାୟୀ, ବେକନଗଞ୍ଜ ଅଂଚଳରେ ଏକ ଛେଳି ରାସ୍ତାରେ ଏଣେ ତେଣେ ବୁଲୁଥିଲା। ବକରୀଦର ସମୟ ଥିବାରୁ ପ୍ରତ୍ୟେକ ଛେଳିର ଏହି ସମୟରେ ଖୁବ ଦାମ। ଏହି କାରଣରୁ କିଛି ଲୋକେ ଛେଳି ବିଷୟରେ ପୁଲିସକୁ ଜଣାଇଥିଲେ।
ଏହାପରେ ପୁଲିସ ଘଟଣାସ୍ଥଳରେ ପହଂଚି ଜିପରେ ଛେଳିକୁ ଥାନା ନେଇଯାଇଥିଲା।ଏହା ବିଷୟରେ ଛେଳିର ଅସଲି ମାଲିକ ଜାଣିବା ପରେ ଛେଳିକୁ ଥାନାରୁ ଆଣିଥିଲେ।
ମାତ୍ର ଯେଉଁସମୟରେ ପୁଲିସ କର୍ମଚାରୀ ଛେଳିକୁ ଥାନା ନେଉଥିଲେ , କେହି ଜଣେ ଏହାର ଭିଡ଼ିଓ କରି ମନ୍ତବ୍ୟ ସହ ସୋସିଆଲ ମିଡ଼ିଆରେ ଭାଇରାଲ କରି ଦେଇଥିଲା। ଲେଖାଥିଲା ବିନା ମାସ୍କରେ ରାସ୍ତାରେ ଛେଳି ବୁଲୁଥିବାରୁ ତାହାକୁ ପୁଲିସ ନେଇଯାଇଛି।
ବିନା ମାସ୍କରେ ବୁଲୁଥିବା ଛେଳିକୁ ନେଇଗଲା ପୁଲିସ ;ମାତ୍ର ସତ ଥିଲା ଆଉକିଛି
Popular Categories



