www.samajalive.in
Saturday, December 6, 2025
19.1 C
Bhubaneswar

ଗୋଆରେ ଆଦିବାସୀ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଏକ ମାତ୍ର ଭଉଣୀ ଅସହାୟ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ବଡଖଣି ପଂଚାୟତର ସାନଖଣି ଗ୍ରାମର ରମେଶ ମଳିକ (୩୧)ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଗୋଆର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ମୃତ ରମେଶ ଗତ ଫେବୃୟାରୀରେ ଦାଦନ ଖଟିବା ପାଇଁ ସୁଦୂର ଗୋଆକୁ ଗ୍ରାମର କିଛି ଯୁବକଙ୍କ ସହ ଯାଇଥିଲେ । ସେଠାକାର ନିଚେଡାବଲିଙ୍ଗର ଏକ କମ୍ପାନୀରେ କାମ କରୁଥିଲେ । ଗତ ୨୫ରେ ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଗୋଆର ଏକ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଗତ ୨୮ରେ ତାଙ୍କର ମୃତ୍ୟୁ ଘଟିଥିଲା । ପାଖରେ ରହୁଥିବା ଗ୍ରାମର ଜଣେ ସାଙ୍ଗ ତାଙ୍କର ମୃତ୍ୟୁ ଖବର ଗ୍ରାମର ୱାର୍ଡ ମେମ୍ବର ସହଦେବ ମଳିକଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ଶବ ଆଣିବା ସମ୍ଭବ ପର ହୋଇନଥିବାରୁ ଆଦିବାସୀ ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ଗ୍ରାମରେ ହେଉଥିବା ଜଣାପଡିଛି । ଅପରପକ୍ଷେ ମୃତ ରମେଶଙ୍କର ବାପା ଓ ମା ଦୀର୍ଘ ୧୦ ବର୍ଷ ହେଲା ମୃତ୍ୟୁ ବରଣ କରିଛନ୍ତି । ଏକ ମାତ୍ର ଭଉଣୀ ନନ୍ଦିନି ମଳିକ(୧୩) ମୋହନା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ୮ମ ଶ୍ରେଣୀରେ ପାଠ ପଢୁଛନ୍ତି । ତାଙ୍କର ପାଠ ପଢା ସହିତ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ଭାଇ ରମେଶ ବହନ କରୁଥିଲେ । କିନ୍ତୁ ରମେଶଙ୍କର ଆକଷ୍ମିକ ମୃତ୍ୟୁ ଘଟିବା ଯୋଗୁଁ ନନ୍ଦିନି ବେସାହାରା ହୋଇ ପଡିଛନ୍ତି । ଗୋଟିଏ ପଟେ ବାପା ମା ନ ଥିବାକୁ ଅନ୍ୟପଟେ ଭାଇର ମୃତ୍ୟୁ ତାଙ୍କୁ ମର୍ମାହତ କରିଦେଇଛି । ତାଙ୍କର ସାହା ଭରସା କେହି ନାହିଁ । ସେ କେମିତି ବଂଚିବେ କିଭଳି ପାଠ ପଢିବେ ତାହାକୁ ନେଇ ସେ ଚିନ୍ତିତ ଥିବା ଜଣାପଡିଛି । ଏଣୁ ନନ୍ଦିନୀଙ୍କୁ ପ୍ରଶାସନ ପକ୍ଷରୁ ଆର୍ଥିକ ଓ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା କରିବା ପାଇଁ ଗ୍ରାମର ଗ୍ରାମାବସୀ ତଥା ଜିଲ୍ଲା ପରିଷଦ ଉପସଭାପତି ପ୍ରଶାନ୍ତ ମଳିକ, ୱାର୍ଡ ମେମ୍ବର ସହଦେବ ମଳିକ, ମାଧବ ମଳିକ, ଭୀମ ମଳିକ, ରାଜୀବ ନାୟକ, ବାଳକୃଷ୍ଣ ମଳିକ, ପୁର୍ଣ୍ଣଚନ୍ଦ୍ର ମଳିକ, ରମା ମଳୀକ ପ୍ରଶାସନକୁ ନିବେଦନ କରିଛନ୍ତି । ତତ୍ ସହିତ ଗୋଆରେ ଫସି ରହିଥିବା ୨୮ ଜଣ ଦାଦନ ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ଗ୍ରାମକୁ ଆଣିବା ନଚେତ ସେମାନେ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ବିଜେପି ଉପସଭାପତି ଶ୍ରୀ ମଳିକ ଅନୁରୋଧ କରିଛନ୍ତି । ସମସ୍ତ ଦାଦନ ଶ୍ରମିକ ଆର୍ଥିକ ଅନାଟନ ଓ ଭୋକ ଉପାସରେ ରହିଥିବା ଗ୍ରାମବାସୀ କହିଛନ୍ତି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories