www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ-୧୯ ସମ୍ପର୍କରେ ସଦ୍ୟତମ ସୂଚନା : ସଂକ୍ରମଣ ଦ୍ବିଗୁଣିତ ହାର ୧୧ ଦିନକୁ ବୃଦ୍ଧି

ନୂଆଦିଲ୍ଲୀ : ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ବରୂପ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି ।

ଦେଶରେ ସଂକ୍ରମିତଙ୍କ ମୃତ୍ୟୁହାର ୩.୨ ପ୍ରତିଶତ ରହିଛି । ଏମାନଙ୍କ ମଧ୍ୟରୁ ୬୫%  ପୁରୁଷ ଏବଂ ୩୫% ମହିଳା । ମୃତକଙ୍କ ମଧ୍ୟରେ୧୪%ଙ୍କ ବୟସ ୪୫ ବର୍ଷ ହୋଇଥିବା ବେଳେ ୩୪.୮%ଙ୍କ ବୟସ ୪୫-୬୦ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି । ୬୦ ବର୍ଷରୁ ଅଧିକ ୫୧.୨% ଲୋକ ମୃତ୍ୟୁ ମୁଖରେ ପଡ଼ୁଥିବା ସମୟରେ ୪୨% ମୃତକଙ୍କର ବୟସ ୬୦-୭୫ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ସେହିପରି ୯.୨% ମୃତକଙ୍କର ବୟସ ୭୫ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ୭୮% ମୃତକ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଥିବା ଜଣାଯାଇଛି।

- Advertisement -

ସେହିପରି ସଂକ୍ରମିତଙ୍କ ସଂଖ୍ୟା ଦ୍ବିଗୁଣିତ ହେବାର ଜାତୀୟ ହାର ଲକଡାଉନ୍ ପୂର୍ବରୁ ହାରାହାରି ୩.୪ ଦିନ ଥିବା ବେଳେ ଏବେ ଏହା ୧୧ ଦିନରେ ପହଞ୍ଚିଛି।

ଦିଲ୍ଲୀ, ଉତ୍ତର ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଓଡ଼ିଶା, ରାଜସ୍ଥାନ, ତାମିଲନାଡ଼ୁ ଓ ପଞ୍ଜାବ ଜାତୀୟ ହାର ଠାରୁ ଭଲ ସ୍ଥିତିରେ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିଛନ୍ତି। ଏସବୁ ରାଜ୍ୟରେ ହାରାହାରି ୧୧ରୁ ୨୦ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦ୍ବିଗୁଣିତ ହେଉଛି । କର୍ଣ୍ଣାଟକ, ଲଦାଖ, ହରିୟାଣା, ଉତ୍ତରାଖଣ୍ଡ ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ଦ୍ବିଗୁଣିତ ହେବା ହାର ୨୦ରୁ ୪୦ ଦିନ ମଧ୍ୟରେ ରହିଛି। ସେହିପରି ଆସାମ, ତେଲଙ୍ଗାନା, ଛତିଶଗଡ଼ ଓ ହିମାଚଳ ପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ବିଗୁଣିତ ହେବା ଲାଗି ୪୦ ଦିନରୁ  ଅଧିକ ସମୟ ଲାଗୁଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ୨୫.୧୯ ପ୍ରତିଶତ ହାରରେ ୮,୩୨୪ ଜଣ କୋଭିଡ-୧୯ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩,୦୫୦ରେ ପହଞ୍ଚିଛି। ଗତକାଲି ଠାରୁ ଆଜି ମଧ୍ୟରେ ୧୭୧୮ଟି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

ଅଣକୋଭିଡ ଚିକିତ୍ସା ସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀମାନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଥାଲାସେମିଆ, ହେମୋଫିଲିଆ ଓ ସିକିଲ ସେଲ ଆନିମିଆ ଭଳି ରକ୍ତହୀନତା ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ନିମନ୍ତେ ବାଧାମୁକ୍ତ ରକ୍ତଦାନ ଓ ରକ୍ତ ପରିବର୍ତ୍ତନ ସେବା ସୁନିଶ୍ଚିତ କରିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି । ସମସ୍ତ ଡାକ୍ତରଖାନା, ବିଶେଷ କରି ଘରୋଇ ଡାକ୍ତରଖାନାଗୁଡ଼ିକରେ ଗମ୍ଭୀର ଚିକିତ୍ସା ସେବା ଆବଶ୍ୟକ କରୁଥିବା ରୋଗୀଙ୍କୁ ନିରନ୍ତର ସେବା ଯୋଗାଣ ନିମନ୍ତେ ରାଜ୍ୟଗୁଡ଼ିକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏମାନେ ଯେପରି କୌଣସି ଅସୁବିଧାରେ ନପଡ଼ନ୍ତି ସେଥିପ୍ରତି ରାଜ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ। ଏହା ମଧ୍ୟ ଜଣାଯାଇଛି ଯେ କେତେକ ଘରୋଇ ଡାକ୍ତରଖାନାରେ ସେମାନଙ୍କର ନିୟମିତ ରୋଗୀମାନଙ୍କୁ ଡାଏଲିସିସି, ରକ୍ତ ବଦଳ, କେମୋଥେରାପି ଏବଂ ସଂସ୍ଥାଗତ ସୁବିଧା ଦେବାକୁ କୁଣ୍ଠାବୋଧ କରୁଥିବା ନଜରକୁ ଆସୁଛି, ଯାହାକି ଆଦୌ ଗ୍ରହଣୀୟ ନୁହେଁ ।

କୋଭିଡ-୧୯ ସଂକ୍ରମଣ କାଳରେ ଜରୁରି ଚିକିତ୍ସା ସେବା ଯୋଗାଣ ନିମନ୍ତେ ଏପ୍ରିଲ ୨୦, ୨୦୨୦ରେ ଏକ ମାର୍ଗଦର୍ଶିକା ନୋଟ ଜାରି କରାଯାଇଛି । ଏଥିରେ ପ୍ରଜନନ ଏବଂ ଶିଶୁ ସ୍ବାସ୍ଥ୍ୟ, ଟିକାକରଣ, ଯକ୍ଷ୍ମା, କୁଷ୍ଠ ଏବଂ ମଶାବାହିତ ରୋଗ ସହିତ କର୍କଟ ଓ ଡାଏଲସିସି ଭଳି ଅସଂକ୍ରାମକ ରୋଗ ଚିକିତ୍ସାକୁ ଜରୁରି ସେବା ଭାବେ ସାମିଲ କରାଯାଇଛି

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories