www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ମାଣ୍ଡିଆ ଓ ଡାଲିରେ କିପରି ମୋଦୀଙ୍କ ଚିତ୍ର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଲା ୧୩ ବର୍ଷର ଝିଅ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖରେ ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।  ତେବେ ସବୁଠୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଜଣେ ୧୩ ବର୍ଷର ଝିଅ। ୧୩ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରି ଝିଅଟି ପ୍ରଧାନମନ୍ତ୍ରୀଙ୍କର ଏକ ବିରାଟ ଚିତ୍ର କରି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛି। ବଡ଼ ଆଶ୍ଚର୍ଯ୍ୟର କଥା ହେଲା ଏହି ଛାତ୍ରୀ ଜଣକ ମାଣ୍ଡିଆ ଏବଂ ଡାଲି ଭଳି ଶସ୍ୟରେ ମୋଦୀଙ୍କ ଚିତ୍ର ତିଆରି କରିଛି, ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

- Advertisement -

ଛାତ୍ରୀ ଜଣକ ଚେନ୍ନାଇର ଏକ ସ୍କୁଲରେ ପଢୁଛନ୍ତି। ତାଙ୍କ ନାଁ ହେଉଛି ପ୍ରେସଲୀ ଶୋକିନା। ପ୍ରେସଲୀଙ୍କ ଏପରି ପ୍ରତିଭାକୁ ଦେଖି ବିଭିନ୍ନ ମହଲରେ ବହୁତ ପ୍ରଶଂସା କରାଯାଉଛି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଏକ୍ସ’ରେ ଏହି ଭିଡିଓକୁ ଶେୟାର କରିଛନ୍ତି, ଯାହାର କ୍ୟାପସନ ରହିଛି ପ୍ରଧାନମନ୍ତ୍ରୀ ସମସ୍ତଙ୍କ ପ୍ରିୟ !

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories