କଲେଜରୁ ନାବାଳିକାକୁ ଅପହରଣ ଅଭିଯୋଗ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ତାଲେପେଲ୍ଲାମା ଅଞ୍ଚଳର ଏକ ପରିବାର କିଛି ମାସ ହେଲା କନିଷି ହାଟ ଅଞ୍ଚଳରେ ଘର ଭଡାରେ ରହି ଆସୁଥିଲେ । ତାଙ୍କର ନାବାଳିକା ଝିଅ ଜଣକ ବ୍ରହ୍ମପୁରର ଏକ  କଲେଜରେ ଯୁକ୍ତ ୨ରେ ପଢୁଥିଲେ । ଗତ ୨୬ ତାରିଖରେ ନାବାଳିକା ଜଣଙ୍କ ଘରୁ କଲେଜ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ବର୍ଗ ଖୋଜାଖୋଜି କରିବା ସତ୍ତ୍ୱେ ନାବାଳିକାଙ୍କ କୌଣସି ଖବର ଜଣା ପଡ଼ିନଥିଲା  । ଆଜି ନାବାଳିକାଙ୍କ ମା’ ଗୋଳନ୍ଥରା ଥାନାରେ ତାଙ୍କ ଝିଅକୁ ବ୍ରହ୍ମପୁର ଅଞ୍ଚଳର ଜଣେ ସହପାଠୀ ଅପହରଣ କରି ନେଇଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏତଲାକୁ ଭିତ୍ତି କରି ଥାନା କେସ ନଂ ୩୪୬/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛି ।

Comments are closed.