www.samajalive.in
Saturday, December 6, 2025
19.1 C
Bhubaneswar

ରାହୁଲଙ୍କୁ ସ୍କୁଲ ପଠାଯିବା ଜରୁରୀ: ଗିରିରାଜ

ନୂଆଦିଲ୍ଲୀ: କେନ୍ଦ୍ର ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟପାଳନ ମନ୍ତ୍ରୀ ଗିରିରାଜ ସିଂହ ମଙ୍ଗଳବାର ଲୋକ ସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ପୃଥକ ଭାବେ ମତ୍ସ୍ୟ ମନ୍ତ୍ରଣାଳୟ ଗଠନ କରିବ ବୋଲି ରାହୁଲ କହିଥିଲେ। ଏହି ମନ୍ତବ୍ୟକୁ ନେଇ ଗିରିରାଜ ଆଜି ଲୋକସଭାରେ ରାହୁଲଙ୍କୁ ସମାଲୋଚନା କରି କହିଥିଲେ, ତାଙ୍କୁ କୌଣସି ସ୍କୁଲକୁ ପଠାଇବା ଆବଶ୍ୟକ। ଫଳରେ ସେ ଜାଣି ପାରିବେ ଭାରତ ସରକାରଙ୍କ ଅଧୀନରେ କି କି ବିଭାଗ କାମ କରୁଛି।

ଲୋକସଭାରେ ଗିରିରାଜ କହିଥିଲେ, ରାହୁଲଙ୍କ ସ୍ମରଣଶକ୍ତି ନଷ୍ଟ ହୋଇଯାଇଛି କି କ’ଣ କିଛି ଜଣାପଡୁ ନାହିଁ। ରାହୁଲ ଗାନ୍ଧୀ ଗତ ଫେବୃୟାରୀରେ ୨ରେ ମତ୍ସ୍ୟ ମନ୍ତ୍ରଣାଳୟ ସମ୍ବନ୍ଧୀୟ ଏକ ପ୍ରଶ୍ନ କରିଥିଲେ। କିନ୍ତୁ ପୁଡୁଚେରୀ ଏବଂ କୋଚି ଗସ୍ତ କରିବା ସମୟରେ କହିଥିଲେ ଯେ ଦେଶରେ ମତ୍ସ୍ୟ ପାଳନ ବିଭାଗ ନାହିଁ। ଯଦି ସେ ସରକାରକୁ ଆସନ୍ତି, ତେବେ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିବେ। ରାହୁଲଙ୍କ ଏପରି ମନ୍ତବ୍ୟକୁ ନେଇ ମୁଁ ଦୁଃଖିତ ବୋଲି ଗିରିରାଜ କହିଥିଲେ।

- Advertisement -

ଲୋକ ସଭାର ପ୍ରଶ୍ନ କାଳ ସମୟରେ ସୁନୀତା ଦୁଗ୍ଗଲ ମତ୍ସ୍ୟପାଳନ ସମ୍ବନ୍ଧୀୟ ଏକ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ଗିରିରାଜ କହିଥିଲେ, ରାହୁଲ ଗାନ୍ଧୀ କହିଲେ ଯେ, ସେ ମତ୍ସ୍ୟଜୀବୀଙ୍କ ପାଇଁ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିବେ। କିନ୍ତୁ ଗତ ଫେବୃୟାରୀ ୨ରେ ସେ ଏହି ମନ୍ତ୍ରଣାଳୟକୁ ପ୍ରଶ୍ନ କରିଥିଲେ। ସେ ପୁଡୁଚେରୀ ଯିବା ପରେ ତାଙ୍କ ସ୍ମରଣଶକ୍ତି କ’ଣ ହଜିଗଲା କି ବୋଲି ଗିରିରାଜ କହିଥିଲେ।

କେବଳ ଏତିକି ନୁହେଁ, ଗିରିରାଜ କଂଗ୍ରେସଙ୍କୁ ଟାର୍ଗେଟ କରି କହିଥିଲେ ଯେ, ୟାଙ୍କ ନେତାଙ୍କୁ କେଉଁ ସ୍କୁଲକୁ ପଠାନ୍ତୁ। ତାଙ୍କୁ କୁହନ୍ତୁ ଯେ ଭାରତରେ କି କି ବିଭାଗ କାମ କରୁଛି। ସେ ଭୁଲିଯାଉଛନ୍ତି ଯେ ସଂଘୀୟ ବ୍ୟବସ୍ଥାରେ କେଉଁ କେଉଁ ବିଭାଗ ରହିଛି।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ପୁଡୁଚେରୀ ଗସ୍ତ ସମୟରେ କହିଥିଲେ ଯେ ଯଦି କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାକୁ ଆସେ, ତେବେ ପୃଥକ ଭାବେ ଏକ ମତ୍ସ୍ୟ ମନ୍ତ୍ରଣାଳୟ ଗଠନ କରାଯିବ। ରାହୁଲଙ୍କ ଏହି ମନ୍ତବ୍ୟ ପରେ ଗିରିରାଜ ଲୋକ ସଭାରେ ରାହୁଲଙ୍କ ଦ୍ବାରା ମତ୍ସ୍ୟ ମନ୍ତ୍ରଣାଳୟ ସମ୍ବନ୍ଧୀୟ ଏକ ପ୍ରଶ୍ନକୁ ଉଦ୍ଧାର କରି ଅଭିଯୋଗ କରିଥିଲେ ଯେ, ରାହୁଲ ଜାଣିଛନ୍ତି ଦେଶରେ ମତ୍ସ୍ୟ ପାଳନ ବିଭାଗ ପୂର୍ବରୁ ରହିଛି। କିନ୍ତୁ ମତ୍ସ୍ୟଜୀବୀଙ୍କୁ ପ୍ରଲୋଭିତ କରିବା ଲାଗି ସେ ମିଥ୍ୟା ପ୍ରତିଶ୍ରୁତି ଦେଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories