www.samajalive.in
Monday, December 15, 2025
26.1 C
Bhubaneswar

ଗିରିରାଜଙ୍କ ବିସ୍ଫୋରକ ମନ୍ତବ୍ୟ; ବିଜେପିରେ ଯୋଗଦେବାକୁ ୩୫ କୋଟି ଯାଚିଥିଲେ ପାଇଲଟ୍‌

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। କଂଗ୍ରେସ ସରକାରରେ ବିଦ୍ରୋହ ସୃଷ୍ଟି କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଏବଂ ତାଙ୍କର ୧୮ ସହଯୋଗୀ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷିତ କରିବାକୁ ନୋଟିସ ଜାରି କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ପାଇଲଟ୍‌ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୋମବାର ହାଇକୋର୍ଟରେ ମାମଲାର ଶୁଣାଣି ଜାରି ରହିଛି। ଏହା ମଧ୍ୟରେ କଂଗ୍ରେସ ବିଧାୟକ ଗିରିରାଜ ସିଂହ ପାଇଲଟ୍‌ଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସରକାରଙ୍କ ବିରୋଧରେ ଯାଇ ବିଜେପିରେ ଯୋଗଦେବା ଲାଗି ପାଇଲଟ୍‌ ତାଙ୍କୁ ୩୫ କୋଟି ଟଙ୍କା ଯାଚିଥିଲେ ବୋଲି ଗିରିରାଜ କହିଛନ୍ତି।

ଅନ୍ୟପଟେ ମାମଲାର ଶୁଣାଣି ସମୟରେ ପାଇଲଟ୍‌ଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଡ୍‌ଭୋକେଟ  ହରିଶ ସାଲ୍‌ବେ ବାଚସ୍ପତିଙ୍କ ନୋଟିସ ଖାରଜ କରିବାକୁ ଯୁକ୍ତି ବାଢ଼ିଛନ୍ତି। ତେବେ ପ୍ରତିପକ୍ଷ ଆଡ୍‌ଭୋକେଟ୍‌ ଅଭିଶେକ ମନୁ ସିଂଘଭୀ ପାଇଲଟ୍‌ଙ୍କ ପିଟିଶନ ଖାରଜ କରିବାକୁ ବିଚାରପତିଙ୍କ ନିକଟରେ ଦାବି କରିଛନ୍ତି। ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରସଙ୍ଗରେ କୋର୍ଟ ବାଚସ୍ପତିଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି  ସିଂଘଭୀ ଯୁକ୍ତି ବାଢ଼ିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories