www.samajalive.in
Friday, December 5, 2025
23.1 C
Bhubaneswar

ଘିଅରେ ଫେସ୍‌ପ୍ୟାକ୍‌

ଘିରେ ଥିବା ଦେଶୀଘିଅ ବା ଗୁଆଘିଅ ଯେ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ସହାୟକ ହୋଇପାରେ- ଏକଥା ଅନେକ ଭାବି ନଥିବେ। ଏହା ସ୍ବାସ୍ଥ୍ୟ ପାଇଁ ଯେପରି ଉପକାରୀ, ସୌନ୍ଦର୍ଯ୍ୟ ତଥା ତ୍ବଚା ପାଇଁ ମଧ୍ୟ ସେପରି ଲାଭଦାୟକ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଘିଅକୁ ସିଧାସଳଖ ମୁହଁରେ ଲଗାଇ ହାଲ୍‌କା ମାଲିସ କରିପାରିବେ। ଏହା ଖୁବ୍‌ ଭଲ ପ୍ରଭାବ ପକାଇଥାଏ।

ଘିଅରେ ଫେସ୍‌ପ୍ୟାକ୍‌ କରି ବ୍ୟବହାର କରିବା ସହଜ ଓ ଉପକାରୀ। ଏଥିପାଇଁ ଏକ ପାତ୍ରରେ କିଛି ସର ନେଇ ତା’ ଉପରେ ୨ଛୋଟ ଚାମଚ ଘିଅ ଏବଂ ଅଧା ଚାମଚ ମହୁ ମିଶାଇ ଦେବେ। ଏହାକୁ ଭଲଭାବେ ଗୋଳାଇସାରିବା ପରେ ଚିମୁଟାଏ ହଳଦୀ ପକାଇ ଆଉଥରେ ଗୋଳାଇଦେବେ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଅଧଘଣ୍ଟା ରଖିବା ପରେ ଧୋଇ ଦିଅନ୍ତୁ। ଲଗାଇବା ପୂର୍ବରୁ ମଧ୍ୟ ମୁହଁ ଧୋଇ ସଫା କରିଦେବା ଭଲ। ସପ୍ତାହକୁ ଦୁଇଥର ଏହି ଫେସ୍‌ପ୍ୟାକ୍‌ ବ୍ୟବହାର କରିପାରିବେ।  ଲଗାଇବା ପୂର୍ବରୁ ଏସବୁ ସାମଗ୍ରୀ ତ୍ବଚାରେ କୌଣସି ପ୍ରତିକ୍ରିୟା କରୁଛି କି ନା ଦେଖିନେବା ଜରୁରୀ।

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories