www.samajalive.in
Monday, December 8, 2025
27.1 C
Bhubaneswar

ବୟସର ଛାପକୁ କମ୍ କରେ ଘିଅ

ପ୍ରାଚୀନ କାଳରୁ ଆମ ଦେଶରେ ଘିଅ ବିଭିନ୍ନ ବ୍ୟଞ୍ଜନରେ ଉପଯୋଗ ହୋଇଆସୁଛି। ଆଜି ପୂରା ବିଶ୍ବରେ ମଧ୍ୟ ଘିଅର ଆଦର ବଢ଼ିବାରେ ଲାଗିଛି। ବିଦେଶୀ ରାଇଜରେ ବିଶେଷଜ୍ଞମାନେ ପ୍ରତ୍ୟେକ ବୟସ ଓ ବର୍ଗର ଲୋକଙ୍କୁ ଘିଅ ନିୟମିତ ଖାଇବାକୁ ପରାମର୍ଶ ଦେଉଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ରରେ ଘିଅ ‘କ୍ଲାରିଫାଏଡ୍ ବଟର୍’ ନାମରେ ଜଣାଯାଏ। ନାମୀ ଖାଦ୍ୟ ବିଶେଷଜ୍ଞ ଡାକ୍ତର ସିମରନ୍ ସେନୀଙ୍କ ମତରେ ଘିଅ ଖାଇବା ଓ ତ୍ବଚାରେ ମାଲିସ୍ କରିବା ଉଭୟ ହିତକର।
• ପ୍ରତ୍ୟହ ଅଳ୍ପ ଘିଅକୁ ନଖ ଉଷୁମ କରି ତ୍ବଚା‌େ‌ର ମାଲିସ୍ କଲେ ବୟସର ଛାପ ନ ପଡ଼ିବା ସହ ଭାଙ୍ଗ ମଧ୍ୟ ହୋଇନଥାଏ।
• ଆଖିତଳ କଳାଦାଗ ପାଇଁ ଘିଅ ଏକ ମହୌଷଧି। ରାତିରେ ଶୋଇବା ପୂର୍ବରୁ ଘିଅକୁ ଆଖି ଚାରିପାଖେ ହାଲ୍‌କା ଭାବେ ମାଲିସ୍ କଲେ ଲାଭ ମିଳିଥାଏ।
• ସ୍ନାନ ପରେ ଆପଣ ପୂରା ଶରୀରରେ ଘିଅ ମାଲିସ୍ କରିପାରିବେ। ଏହା ତ୍ବଚାକୁ କୋମଳ କରିବା ସହ ମଏଶ୍ଚରାଇଜର୍ ଭଳି କାମ କରେ।
• ଯେ କୌଣସି ପ୍ୟାକ୍‌‌ରେ ଘିଅ ଅଳ୍ପ ନେଇ ତ୍ବଚାରେ ଲଗାଇଲେ, ତ୍ବଚାରୁ ସମସ୍ତ ଦାଗ ମଧ୍ୟ ଦୂର ହୋଇଥାଏ।
• ରୁଟି କିମ୍ବା ଭାତରେ ଘିଅ ଅଳ୍ପ ମିଶାଇ ଖାଇବା ମଧ୍ୟ ସ୍ବାସ୍ଥ୍ୟ ଉପରେ ଖୁବ୍ ଉତ୍ତମ ପ୍ରଭାବ ପକାଉଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories