ଗଜନଭୀ କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକିସ୍ତାନ

ଇସଲାମାବାଦ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଭାରତ ସହ ଯୁଦ୍ଧ ପାଇଁ ପାକିସ୍ତାନ ପ୍ରସ୍ତୁତି ଚଳାଇଛି। ଏହି କ୍ରମରେ ବୁଧବାର ରାତିରେ ପାକିସ୍ତାନ ବାଲାଷ୍ଟିକ କ୍ଷେପଣାସ୍ତ୍ର ଗଜନଭୀ ପରୀକ୍ଷଣ କରିଛି। ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ୨୯୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ।

prayash

ପାକିସ୍ତାନ ସେନା ମୁଖପାତ୍ର ଆସିଫ ଗଫୁର ଗୁରୁବାର ଟ୍ୱିଟ୍‍ କରି କ୍ଷେପଣାସ୍ତ୍ର ପରୀକ୍ଷାର ସୂଚନା ଦେଇଛନ୍ତି। ଗଫୁର ଟ୍ୱିଟ୍‍ କରିଛନ୍ତି ଯେ ଗଜନଭୀ କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି। ଚଳିତ ବର୍ଷ ମଇ ଶେଷରେ ପାକିସ୍ତାନ ଶାହିନ-୨ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା। ଏହା ହେଉଛି ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏକ ବାଲାଷ୍ଟିକ କ୍ଷେପଣାସ୍ତ୍ର। ଏହା ପୂର୍ବରୁ ଜାନୁଆରୀରେ ପାକିସ୍ତାନ ନସ୍ର କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ନସ୍ର କୌଣସି ବି ଦେଶର ବାଲାଷ୍ଟିକ ମିଶାଇଲ ଡିଫେନ୍ସ (ବିଏମଡି)କୁ ନଷ୍ଟ କରିପାରିବାର କ୍ଷମତା ରଖିଛି ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଥିଲା।

ଅପରପକ୍ଷରେ ଭାରତ ନିକଟରେ ୯ ପ୍ରକାରର ବ୍ୟବହାରଯୋଗ୍ୟ କ୍ଷେପଣାସ୍ତ୍ର ରହିଛି। ଏହା ମଧ୍ୟରେ ଅଗ୍ନି-୩ ବି ଅନ୍ତର୍ଭୁକ୍ତ। ଅଗ୍ନି-୩ ୩ ହଜାରରୁ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ। ଏହାବ୍ୟତୀତ ଭାରତ ପାଖରେ ବାଲାଷ୍ଟିକ ବ୍ରହ୍ମୋସ କ୍ଷେପଣାସ୍ତ୍ର ରହିଛି। ୩୦୦ କିଲୋମିଟର ପର୍ଯ୍ୟନ୍ତ ମାରକ କ୍ଷମତା ବିଶିଷ୍ଟ ବ୍ରହ୍ମୋସ ଏକ କ୍ରୁଜ କ୍ଷେପଣାସ୍ତ୍ର ଅଟେ। ଏହା ମାନବିହୀନ ଯୁଦ୍ଧ ବିମାନ ଭଳି କାର୍ଯ୍ୟ କରିପାରିବ। ଏହା ଭୂପୃଷ୍ଠର ଅତିନିକଟରେ ଉଡ଼ି ପାରିବ। ଏହାକୁ କୌଣସି ରାଡାର ଧରିପାରିବ ନାହିଁ। ସେହିପରି ଭାରତ ପାଖରେ ଅଗ୍ନି-୫ ଭଳି ଅନ୍ତମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ରହିଛି। ଏହା ପୂର୍ବପଟେ ଚୀନ, ଫିଳିପିନ୍ସ ଏବଂ ପଶ୍ଚିମରେ ଇଟାଲୀ ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ପରିସରରେ ସମ୍ପୂର୍ଣ୍ଣ ପାକିସ୍ତାନ, ଆଫଗାନିସ୍ତାନ, ଇରାକ, ଇରାନ ଏବଂ ପାଖାପାଖି ଅଧା ୟୁରୋପ ରହିଛି। ଏହା ମାତ୍ର ୨୦ ମିନିଟରେ ଚୀନର ପହଞ୍ଚିପାରିବ।

kalyan agarbati

Comments are closed.