ଘଣ୍ଟାପଡା : ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ । କ୍ଷେତରେ କାମ କରୁଥିବା ବେଳେ ହଠାତ ଅଚେତ ହୋଇ ପଡ଼ିଥିବା ଜଣେ ମହିଳା ଶ୍ରମିକଙ୍କୁ ଆଶୁ ଆରୋଗ୍ୟ କରି ସୁସ୍ଥ କରାଇଲେ। ସୂଚନାମତେ କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମର ଏକ ରୋଗୀକୁ ଘଣ୍ଟାପଡା ସ୍ଥିତ ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ନିଆଯାଇଥିଲା । ଡାକ୍ତରଖାନରୁ ଫେରୁଥିବା ସମୟରେ ମାଲପଡା ରାସ୍ତା ନିକଟ ଏକ ଜମିରେ ତଲିରୁଆ ଚାଲିଥିବା ବେଳେ ଜଣେ ଶ୍ରମଜୀବୀ ମୁକ୍ତା ମହାନନ୍ଦ ହଠାତ ଅଚେତ ହୋଇଯାଇଥିଲେ । ଏହା ଦେଖି ଆମ୍ବୁଲାନ୍ସ କର୍ମଚାରୀ ଗାଡି ଅଟକାଇ ଚିକିତ୍ସା କରିଥିଲେ । କିଛି କ୍ଷଣ ପରେ ସେ ସୁସ୍ଥ ହୋଇଥିବା ଜଣାଯାଇଛି । ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଦଶରଥ କାଲସେ, ଚାଳକ ପୂର୍ଣଚନ୍ଦ୍ର ଭୋଇ ଓ ସହଯୋଗୀ ପ୍ରତିକ୍ ହୋତା ରହିଥିଲେ । ସମସ୍ତଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
Popular Categories



