www.samajalive.in
Saturday, December 13, 2025
21.1 C
Bhubaneswar

ଡେଙ୍ଗୁ ଭାଙ୍ଗିଲା ଶୀର୍ଷ ସ୍ତର : ୭ ଗୁଣ ପରୀକ୍ଷା ; ୧୭ ଗୁଣ ସଂକ୍ରମିତ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ଅତ୍ୟନ୍ତ ଉଦବେଗଜନକ ସ୍ଥିତିରେ ରହିଛି। ଯଦିଓ କିଛି ମାସ ହେବ ଡେଙ୍ଗୁ ପ୍ରାଦୁର୍ଭାବ କମିଛି କିନ୍ତୁ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ୯ ମାସ ମଧ୍ୟରେ ରାଜ୍ୟରେ ୭ ଗୁଣା ଡେଙ୍ଗୁ ପରୀକ୍ଷା ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୮ ଗୁଣା ବଢିଛି। ବିଭିନ୍ନ ବିଭାଗ ସହଯୋଗରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ନିଆଯାଇଥିଲେ ହେଁ ବୋଲ ମାନୁନି ଡେଙ୍ଗୁ।
ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ୨୦୨୧ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୩୪,୦୭୭ ଜଣଙ୍କ ନମୁନା ସଂଗ୍ରହ କରାଯାଇ ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ୬,୬୧୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ ୨୦୨୦ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୪,୮୬୮ ଡେଙ୍ଗୁ ନମୁନା ପରୀକ୍ଷା କରାଯାଇଥିବାବେଳେ ୩୭୪ ସଂକ୍ରମିତ ଚିହ୍ନଟ ହୋଇଥିଲା। ଏହା ତୁଳନାତ୍ମକ ଭାବେ ଗତ ବର୍ଷ ଅପେକ୍ଷା ପରୀକ୍ଷଣ ତୁଳନାରେ ୭ ଗୁଣା ଏବଂ ସଂକ୍ରମଣରେ ପ୍ରାୟ ୧୮ ଗୁଣା ଅଧିକ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ପାଞ୍ଚ ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବାଧିକ ପରୀକ୍ଷା ସହ ସଂକ୍ରମିତ ହୋଇଛନ୍ତି। ୨୦୧୭ରେ ୨୩୬୦୦ ନମୁନା ସଂଗ୍ରହ କରାଯାଇଥିବାବେଳେ ସେଥିମଧ୍ୟରୁ ୪୧୫୬ ଆକ୍ରାନ୍ତ ହୋଇଥିଲେ। ୨୦୧୮ରେ ୩୦,୬୬୩ ନମୁନା ପରୀକ୍ଷଣ ହୋଇଥିବାବେଳେ ୫୧୯୮ ସଂକ୍ରମିତ ହୋଇଥିଲେ। ୨୦୧୯ରେ ୨୮,୪୯୭ପରୀକ୍ଷଣରୁ ୩,୭୫୮ ସଂକ୍ରମିତ ଏବଂ ୨୦୨୦ରେ ୫,୫୮୨ ପରୀକ୍ଷଣରୁ ୪୯୬ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଏହାଛଡା ୨୦୧୬ରେ ଡେଙ୍ଗୁ ଉର୍ଦ୍ଧ୍ବମୁଖୀ ଥିଲା। ପରୀକ୍ଷଣ ସଂଖ୍ୟା ଥିଲା ୪୪,୫୩୧ ଏବଂ ସଂକ୍ରମଣ ହୋଇଥିଲେ ୮,୩୮୦। ଅନ୍ୟପକ୍ଷରେ ରାଜଧାନୀରେ ମଧ୍ୟ ଡେଙ୍ଗୁର ସ୍ଥିତି ଅଣାୟତ୍ତ ରହିଥିଲା। ଉଭୟ ଭୁବନେଶ୍ବର ମହାନଗର ନିଗମ ଏବଂ ସହରାଞ୍ଚଳ ଜିଲା ଜନସ୍ବାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧାର କାରଣ ପାଲଟି ଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories