www.samajalive.in
Monday, December 8, 2025
13.1 C
Bhubaneswar

ଗେହଲଟଙ୍କୁ ’’ଶାହା’’ ଡ଼ର: କହିଲେ- ସରକାର ଭାଙ୍ଗିବାରେ ସେ ଧୂରୀଣ

ଜୟପୁର: ରାଜସ୍ଥାନରେ ଗେହଲଟ୍-ପାଇଲଟ୍ କ୍ଷମତା ଲଢ଼େଇ ଏବେ ତୀବ୍ର । ଆରମ୍ଭରୁ ପାଇଲଟ ଗୋଷ୍ଠୀ ନିରବତା ଅବଲମ୍ବନ କରୁଥିବାବେଳେ ମୁଖର ଗେହଲଟ୍ ଏବେ ପାଇଲଟଙ୍କ ପରିବର୍ତ୍ତେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ନିଶାଣ କରିଛନ୍ତି । ଅବଶ୍ୟ ଶାହାଙ୍କୁ ନିଶାଣ କରିବା ଅବସରରେ ସେ ପରୋକ୍ଷରେ ତାଙ୍କୁ ପ୍ରଖର ରାଜନୈତିଜ୍ଞ ବୋଲି ପ୍ରମାଣ କରି ସାରିଛନ୍ତି । ତାଙ୍କ ମନରେ ସବୁବେଳେ ଡ଼ର ଆସୁଛି ଶାହା କିଛି ନୂଆ ଯୋଜନା କଲେ କି ? ସରକାର ଭାଙ୍ଗିବାକୁ କିଛି ଆଉ ପଦକ୍ଷେପ ନେଲେ କି ? ଗତକାଲି ତାଙ୍କ ଗୋଷ୍ଠୀର କିଛି ବିଧାୟକ ଓ ମନ୍ତ୍ରୀ ନୂଆ ଠିକଣାରେ ପହଞ୍ଚିବାରେ ଟିକିଏ ବିଳମ୍ବ ହୋଇଗଲା ଯେ ଗେହଲଟ ଅଥୟ ହୋଇ ପଡ଼ିଥିଲେ । ସେମାନଙ୍କୁ ବାଟରୁ କୁଆଡ଼େ ଉଭାନ ହୋଇଯିବା ଆଶଙ୍କାରେ ତୁରନ୍ତ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ ।

ନିଜେ ଗେହଲଟ୍ ଏ କଥା ସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ ଅମିତ୍ ଶାହାଙ୍କ ନାମ ବାରମ୍ବାର ମୁଁ ଏଇଥିପାଇଁ ନେଉଛି ଯେ ସରକାର ଭଙ୍ଗାଗଢ଼ାରେ ତାଙ୍କ ପରି ପ୍ରବୀଣ ଆଉ କେହି ନାହାନ୍ତି । କର୍ଣ୍ଣାଟକ ହେଉ ବା ମଧ୍ୟପ୍ରଦେଶ, ଗୋଆ, ମଣିପୁର, ଅରୁଣାଚଳ ପ୍ରଦେଶ ସବୁ କ୍ଷେତ୍ରରେ ବିଜେପି ପକ୍ଷରୁ ସେ ହିଁ ନେତୃତ୍ଵ ନେଇଛନ୍ତି । ଏଥିପାଇଁ ସେ ମଧ୍ୟ ରାଜସ୍ଥାନ ସରକାରକୁ ଭାଙ୍ଗିବାକୁ ବିଚାର କରିଥାଇ ପାରନ୍ତି ବୋଲି ଗେହଲଟ କହୁଛନ୍ତି । କେବଳ ସେତିକି ନୁହେଁ ସେ ଅମିତ୍ ଶାହାଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରଶ୍ନ କରିଛନ୍ତି – ଅମିତ୍ ଶାହାଜୀ, ଆପଣଙ୍କୁ କ’ଣ ହୋଇଛି । ଆପଣ ଦିନରାତି, ନିଦରେ ବା ଜାଗ୍ରତରେ ସବୁ ସମୟରେ ବିରୋଧୀ ସରକାର ଭାଙ୍ଗିବାକୁ କିପରି ଭାବି ପାରୁଛନ୍ତି ?

- Advertisement -

ଅନ୍ୟପକ୍ଷରେ ଗେହଲଟ ନିଜ ସରକାର ଭାଙ୍ଗିବା ଆଶଙ୍କାରେ ଅସହାୟ ହୋଇ ପଡ଼ିଥିବା ମନେ କରାଯାଉଛି । ସେ କହିଛନ୍ତି ଯେ ନିର୍ବାଚିତ ସରକାରକୁ ଯଦି ଏପରି ଭଙ୍ଗାଯାଏ ତେବେ ଦେଶରେ ଲୋକତନ୍ତ୍ର ବଞ୍ଚିବ କିପରି ? ସାରା ଦେଶରେ ଗଣତନ୍ତ୍ର ବଞ୍ଚାଅ ଅଭିଯାନ ଆରମ୍ଭ ହୋଇଛି । ଗଣତନ୍ତ୍ର ବଞ୍ଚିଲେ ଦେଶ ବଞ୍ଚିବ । ରାଜନୈତିକ ଦଳ ଆସିବେ, ଯିବେ । ସରକାର ଗଠନ ହେବ, ଭାଙ୍ଗିବ । ବ୍ୟକ୍ତିବିଶେଷ ଆସିବେ, ଯିବେ । ମାତ୍ର ଗଣତନ୍ତ୍ର ନ ରହିଲେ ଦେଶର କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଗେହଲଟ ।

ଏହି ଅବସରରେ ସେ ପ୍ରଥମଥର ପାଇଁ କଂଗ୍ରେସର ବିଦ୍ରୋହୀ ବିଧାୟକମାନଙ୍କ ପ୍ରତି ନରମ ମନୋଭାବ ପୋଷଣ କରିଥିବା ନଜରକୁ ଆସିଛି । ସେ କହିଛନ୍ତି ରାଜସ୍ଥାନରେ ଯେଉଁ ଲୋକମାନେ ସରକାରରେ ଅସ୍ଥିରତା ସୃଷ୍ଟି କରିଛନ୍ତି ସେମାନେ ଯଦି ହାଇକମାଣ୍ଡଙ୍କ ନିକଟରେ ନିଜର ଦୋଷ ସ୍ବୀକାର କରିବେ ଓ ତାଙ୍କୁ ଯଦି ହାଇକମାଣ୍ଡ କ୍ଷମା କରିଦେବେ ତେବେ ମୁଁ ମଧ୍ୟ ସେମାନଙ୍କୁ କୋଳେଇ ନେବି । ବିଜେପି ସରକାର ଭାଙ୍ଗିବା ଖେଳ ଖେଳୁଛି ଓ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ମୋତେ ଏପରି କରିବାକୁ ପଡ଼ୁଛି ବୋଲି କହିଛନ୍ତି ଗେହଲଟ୍।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories