ଜିିିିଡିପି ଅଭିବୃଦ୍ଧି ୧୩.୫%
ନୂଆଦିଲ୍ଲୀ : ଦେଶରେ ପ୍ରଥମ ତ୍ରୈମାସିକ ଜିଡିପି (ମୋଟ ଘରୋଇ ଉତ୍ପାଦ) ବିକାଶ ହାର ୧୩.୫ ପ୍ରତିଶତ ହୋଇଛି। ଏହାକୁ ବର୍ଷର ସବୁଠାରୁ ଦ୍ରୁତ ଅଭିବୃଦ୍ଧି କୁହାଯାଉଛି। ସେହିପରି କୃଷି ବିକାଶ ହାର ୪.୫ ପ୍ରତିଶତ ରହିଛି। ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ସର୍ବାଧିକ ଦ୍ରୁତ ବିକାଶ ଦେଖିବାକୁ ମିଳିଛି। ଅର୍ଥ ବ୍ୟବସ୍ଥାର ସୁଧାର ପାଇଁ ଏହା ଏକ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଅବଧି ମଧ୍ୟରେ ଆର୍ଥିକ ବିକାଶ ହାର ୧୬.୨ ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି, ଗତ ଆର୍ଥିକ ବର୍ଷ (୨୦୨୧-୨୨) ଏପ୍ରିଲ ରୁ ଜୁନ୍ ତିନି ମାସରେ ଜିଡିପି ଅଭିବୃଦ୍ଧି ହାର ୨୦.୧ ପ୍ରତିଶତ ଥିଲା। ଏହି ସମୟ ମଧ୍ୟରେ ଚୀନ୍ର ଆର୍ଥିକ ଅଭିବୃଦ୍ଧି ହାର ୦.୪ ପ୍ରତିଶତ ଥିଲା।
Comments are closed.