www.samajalive.in
Friday, December 12, 2025
27.1 C
Bhubaneswar

ଗୌରୀ ଖାନଙ୍କୁ ଇଡି ନୋଟିସ୍‌

ମୁମ୍ବଇ: ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଏବେ ଅଡ଼ୁଆରେ ଫଶିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ନୋଟିସ୍ ପଠାଇଛି। ମିଳିଥିବା ସୂଚନା ମୁତାବକ, ଗୌରୀ ଖାନ ରିଅଲ ଇଷ୍ଟେଟ କମ୍ପାନୀ ତୁଲସିୟାନୀ ଗ୍ରୁପ୍‌ର ବ୍ରାଣ୍ଡ ଆମ୍ବାସାଡର। ତାଙ୍କୁ ୨୦୧୫ରେ ଲକ୍ଷ୍ନୌସ୍ଥିତ ଏହି ରିଅଲ ଇଷ୍ଟେଟ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର କରାଯାଇଥିଲା। ତେବେ ଅଭିଯୋଗ ହୋଇଛି ଯେ, ଏହି କମ୍ପାନୀ ବ୍ୟାଙ୍କ ଓ ନିବେଶକଙ୍କର ପ୍ରାୟ ୩୦ କୋଟି ଟଙ୍କା ହଡ଼ପ କରି ଠକେଇ କରିଛି। ଏହି କାରଣରୁ ଏବେ ଗୌରୀ ଖାନ ମଧ୍ୟ ଇଡିର ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।

ତୁଲସିୟାନୀ ଗ୍ରୁପ୍ ବିରୋଧରେ ରୁଜୁ ହୋଇଥିବା ଠକେଇ ମାମଲାରେ ଗୌରୀ ଖାନଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଛି। ଏହି ମାମଲାରେ ଖୁବ୍‌ଶୀଘ୍ର ଗୌରୀ ଖାନଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories