www.samajalive.in
Saturday, December 6, 2025
26.1 C
Bhubaneswar

ଦିଲ୍ଲୀବାସୀଙ୍କୁ ଝଟ୍‌କା; ୨୫ ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଆଉ ଏକ ଝଟ୍‌କା ଦେଇଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀରେ ପୁଣି ଥରେ ସବ୍‌ସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘଟିଛି। ମାର୍ଚ୍ଚ ୧ ଅର୍ଥାତ ଆଜିଠାରୁ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇଛି। ଫଳରେ ବର୍ତ୍ତମାନ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟ ୭୧୪ ଟଙ୍କାରୁ ବୃଦ୍ଧି ପାଇ ୮୧୯ ଟଙ୍କାରେ ପହଞ୍ଚିଛି।

ରୋଷେଇ ଗ୍ୟାସର ଦରବୃଦ୍ଧିକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ବିଟ୍‌ କରି ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ପୂର୍ବରୁ ଗତ ଫେବୃୟାରୀ ୨୫ରେ ଏଲପିଜି ସିଲିଣ୍ଡର ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ଘଟିଥିଲା। ଅନ୍ୟପଟେ କଲକାତାରେ ବି ସବ୍‌ସିଡିଯୁକ୍ତ ଏବଂ କମର୍ସିଆଲ ଉଭୟ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଛି। ସବ୍‌ସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୫ ଟଙ୍କା ବଢ଼ି ଏବେ ୮୪୫.୫୦ ଟଙ୍କାରେ ପହଞ୍ଚିଛି। ସେହିପରି କମର୍ସିଆଲ ସିଲିଣ୍ଡର ଦରରେ ୧୯ ଟଙ୍କା ବୃଦ୍ଧି ଘଟିଛି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୧ରୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀରେ ରୋଷେଇ ଗ୍ୟାସ ଦର ୨୨୫ ଟଙ୍କା ମହଙ୍ଗା ହୋଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories