www.samajalive.in
Sunday, December 14, 2025
26.1 C
Bhubaneswar

ସିଆରପିଏଫ କ୍ୟାମ୍ପ ଓ ଥାନା ସମ୍ମୁଖରେ ଆବର୍ଜନା, ଦୁର୍ଗନ୍ଧରେ ନାକ ଫାଟୁଛି

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସିଆରପିଏଫ କ୍ୟାମ୍ପ ଓ ଥାନା ସମ୍ମୁଖରେ ଆବର୍ଜନା ପଡି ଦୁର୍ଗନ୍ଧ ହେଉଥିବା ଦେଖିବାକୁ ମିଳୁଛି । ଦୁର୍ଘଟଣା ହୋଇଥିବା ଟ୍ରାକ୍ଟର ଡାଲା ଆଣି ଥାନା ସମ୍ମୁଖରେ ମୁଖ୍ୟ ରାସ୍ତାରେ ରଖିଛନ୍ତି । ଉକ୍ତ ଡାଲାରେ ସିଆରପିଏଫ କ୍ୟାମ୍ପର ସମସ୍ତ ଅଳିଆ ଆବର୍ଜନା ଆଣି ପକାଉଛନ୍ତି । ଏସବୁ ଡାଲାରେ ଥିବାରୁ ତହିଁରୁ ଦୁର୍ଗନ୍ଧ ହେଉଛି । ଉକ୍ତ ରାସ୍ତା ଦେଇ ଛୋଟ ବଡ ଯାନବାହନ, ବସ, ଲୋକମାନେ ଯାତାୟତ କରିବା ବେଳେ ଗନ୍ଧରେ ନାକ ଫାଟି ପଡୁଥିବା ଅଭିଯୋଗ ହେଉଛି । ଏହାର ଅନ୍ୟ ପାର୍ଶ୍ୱରେ ଘରଗୁଡିକ ମଧ୍ୟ ରହିଛି । ଏହି ରାସ୍ତାରେ ଯାନବାହନ ଚଳାଚଳ କରୁଥିବା ସହ ବ୍ଲକ ଓ ଜିଲା ପ୍ରଶାସନ ଆସୁଥିବା ବେଳେ ଏହାରି ଉପରେ କାହାରି ନଜର କେମିତି ପଡୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏଥିରେ ଦୁର୍ଗନ୍ଧ ହେବା ସହିତ ମଶା, ମାଛି ବୃଦ୍ଧି ହେଉଛି । ମଶା ଦ୍ୱାରା ବିଭିନ୍ନ ମାରାତ୍ମକ ରୋଗ ହେବାର ସମ୍ଭାବନା ରହିଛି । ତେଣୁ ଏହାକୁ ତୁରନ୍ତ ସଫାକରିବାକୁ ସାଧାରଣରେ ଦାବି ହେଉଛି । ଯେଉଁ ସିଆରପିଏଫମାନେ ବିଭିନ୍ନ ମନ୍ଦିର, କାର୍ୟ୍ୟାଳୟ ସମ୍ମୁଖ ସଫା କରୁଛନ୍ତି ସେମାନେ କିପରି ଥାନା ସମ୍ମୁଖରେ ଟ୍ରାକ୍ଟର ଡାଲାରେ ଆଳିଆ ଭର୍ତ୍ତି କରି ରଖିଛନ୍ତି ।ଟ୍ରାକ୍ଟର ଡାଲାଟି ରାସ୍ତା କଡରେ ରଖାଯାଇଥିବାରୁ ଉକ୍ତ ରାସ୍ତାରେ ଦୁଇ, ତିନି, ଚାରି ଚକିଆ ଯାନବାହାନ। ଯାତାୟତ କରୁଛି । ଏଠାରେ ଟ୍ରାଫିକ ସମସ୍ୟା ହେଉ ଥିବା ବେଳେ କେତେବେଳେ ଦୁଇଚାକିଆ ଯାନ ଭାରସାମ୍ୟ ହରାଇ ରଖାଯାଇଥିବା ଡାଲା ରେ ଧକ୍କା ଦେଲେ କିଏ ଦାୟୀ ରହିବେ । ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତାରୁ ଡାଲା ବାହାର କରିବା ପାଇଁ ସାଧାରଣରେ ଦାବି ହେଉଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories