ଡାକଘରେ ଚଢାଉ, ୩୭ଟି ପ୍ୟାକେଟରୁ ୧.୭୦ କୋଟି ଟଙ୍କାର ଗଞ୍ଜେଇ ଜବତ
ନୂଆଦିଲ୍ଲୀ : ଗୁଜରାଟର ଅହମଦାବାଦ ଫରେନ ପୋଷ୍ଟ ଅଫିସରେ ପାର୍ସଲ ଭିତରେ ୧.୭୦ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । ଅହମଦାବାଦ ସିଟି ସାଇବର କ୍ରାଇମ୍ ବ୍ରାଞ୍ଚ ଏନେଇ ଯାଞ୍ଚ ଆରମ୍ଭ କରିଦେଇଛି ।
ଅହମଦାବାଦର ଏକ ବିଦେଶୀ ଡାକଘରେ ଖେଳନା ଓ ମହିଳାଙ୍କ ଜୋତାରେ ଲୁଚାଇ ଗଞ୍ଜେଇ ପାର୍ସଲ ଜବତ କରାଯାଇଥିବା ଗୁଜରାଟ ପୁଲିସ ସୂଚନା ଦେଇଛି । ଡାର୍କ ଓ୍ବେବରୁ ଏହି ଗଞ୍ଜେଇ କ୍ରୟ ହୋଇଥିବା ପ୍ରାରମ୍ଭିକ ଯାଞ୍ଚରେ ସୂଚନା ମିଳିଛି । ଅଧିକାରୀମାନେ ସୂଚନା ଦେଇଛନ୍ତି କି ୩୭ଟି ପ୍ୟାକେଟରେ ୫୬୭୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି ଯାହାର ମୂଲ୍ୟ ୧.୭୦ କୋଟି ଟଙ୍କା । ଏନେଇ ଅଧିକ ଖୋଳତାଡ କରାଯାଉଥିବା ସୂଚନା ମିଳିଛି ।
Comments are closed.