www.samajalive.in
Friday, December 5, 2025
20.1 C
Bhubaneswar

ବାହାରିନ ଗସ୍ତରେ ସିଏଜି ଗିରୀଶଚନ୍ଦ୍ର ମୁର୍ମୁ: ଓଡ଼ିଆ ସଂସ୍କୃତି ,ଐତିହ ଏବଂ ପରମ୍ପରାକୁ ଜୀବିତ ରଖି ବିଦେଶରେ ଓଡ଼ିଶାର ନାମ ଓ ଗୌରବ ଅକ୍ଷୂର୍ଣ୍ଣ ରଖିବାକୁ ଆହ୍ବାନ

ନୂଆଦିଲ୍ଲୀ: ଭାରତୀୟ ମହାଲେଖା ନୀରିକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ବାହାରିନ ଗସ୍ତରେ ଯାଇଛନ୍ତି। ସେଠାରେ ବାହାରିନ ଓଡ଼ିଆ ସମାଜ ତରଫରୁ ଆୟୋଜିତ ଏକ ସଭାରେ ଶ୍ରୀ ମୁର୍ମୁ ଯୋଗ ଦେଇ ଓଡ଼ିଆ ସଂସ୍କୃତି ,ଐତିହ ଏବଂ ପରମ୍ପରାକୁ ଜୀବିତ ରଖି ବିଦେଶରେ ଓଡ଼ିଶାର ନାମ ଓ ଗୌରବ ଅକ୍ଷୂର୍ଣ୍ଣ ରଖିବା ପାଇଁ ଆହ୍ବାନ ଦେଇଥିଲେ। ଶ୍ରୀ ମୁର୍ମୁ ଜଣେ ୧୯୮୫ ମସିହାର ଗୁଜରାଟ କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ।

୨୦୨୦ ଅଗଷ୍ଟ ୬ ତାରିଖରେ ତାଙ୍କୁ ଭାରତର କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା ।ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ପ୍ରଥମ ଓଡ଼ିଆ । ସେ ଏହାପୂର୍ବରୁ ୨୦୧୯ ମସିହା ଅକ୍ଟୋବାର ମାସରେ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପ-ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ଓ ୨୦୨୦ ଅଗଷ୍ଟ ମାସ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ, ଶ୍ରୀ ମୁର୍ମୁ ତାଙ୍କ ପ୍ରମୁଖ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

- Advertisement -

ବାହାରିନ୍ ଓଡ଼ିଆ ସମାଜର ସଭାପତି ପ୍ରଭାକର ପାଢ଼ୀ ନିଜ ବକ୍ତବ୍ୟରେ ରି ସମାଜ ତରଫରୁ କେତେକ ଆବଶ୍ୟକତା ଉପସ୍ଥାପନ କରିଥିଲେ । ଏହି ଆବଶ୍ୟକତାକୁ ଯଥାଶୀଘ୍ର ପୂରଣ ପାଇଁ ଶ୍ରୀମୁର୍ମୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସ୍ଵାଗତିକା ଦାସ,  ଅର୍ପିତା ସାହୁ ଏହି ସଭା କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରି ପ୍ରଶଂସିତ ହୋଇଥିଲେ । ସମାଜର ସାଧାରଣ ସମ୍ପାଦକ ଶାନ୍ତନୁ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories