www.samajalive.in
Sunday, December 7, 2025
14.1 C
Bhubaneswar

୯ କେଜି ଗଞ୍ଜେଇ ସହ ୨ ବାଇକ ଜବତ, ୪ ଗିରଫ 

ଘଣ୍ଟାପଡା: କଣ୍ଟାମାଳ ଅବକାରୀ ବିଭାଗ ଥାନା ପକ୍ଷରୁ ଚଢାଉ କରାଯାଇ ଦୁଇଟି ଗଞ୍ଜେଇ ମାମଲା ଚିହ୍ନଟ କରାଯାଇଛି । ଉକ୍ତ ଚଢାଉରେ ୯ କେଜି ଗଞ୍ଜେଇ ଓ ୨ଟି ବାଇକ ଜବତ କରିବା ସହିତ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ପ୍ରକାରେ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ କଣ୍ଟାମାଳ ଥାନା ଅନ୍ତର୍ଗତ ବଡଝାରମୁଣ୍ଡା ରାସ୍ତାରେ ପେଟ୍ରୋଲିଂ କରୁଥିବାବେଳେ କନ୍ଧମାଳ ଜିଲା ଗୋଛାପଡା ଥାନା ଅଧିନ ବଉଳିକା ଗ୍ରାମର ଶରତ କହଁର ଏବଂ ପ୍ରଶାନ୍ତ କହଁରଙ୍କ ନିକଟରୁ ୫ କେଜି ଗଞ୍ଜେଇ ଏବଂ ଗୋଟିଏ ବାଇକ୍ ହିରୋ ଏଚଏଫ ଡିଲକ୍ସ  ଓଡି-୧୨ଏ-୦୪୦୧ ଜବତ କରାଯାଇଛି । ଉକ୍ତ ଅଭିଯୁକ୍ତଙ୍କ ନାମରେ କେସ ନଂ ୦୫/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି ।

ସେହିପରି ଅନ୍ୟ ଏକ ଗଞ୍ଜେଇ ମାମଲା କଣ୍ଟାମାଳ ଥାନା ଅନ୍ତର୍ଗତ ବଡଝାରମୁଣ୍ଡା ରାସ୍ତାରେ ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ଫଗୁଣାମାଳ ଗାଁର ଜ୍ୟୋତିରଞ୍ଜନ ମେଣ୍ଡିଲି ଏବଂ ଅଙ୍ଗଡି ମେଣ୍ଡିଲିଙ୍କ ନିକଟରୁ ୪  କେଜି ଗଞ୍ଜେଇ ଏବଂ ଗୋଟିଏ ବାଇକ୍ ହିରୋ ଗ୍ଲାମର ଓଡ଼ି-୩୧ଡି-୯୩୩୮ ଗାଡି ଜବତ କରାଯାଇଛି । ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୋଧରେ କେସ ନଂ. ୦୬/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି । ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହିତ ଏହି ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି କଣ୍ଟାମାଳ ଅବକାରୀ ଥାନା ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି । ଚଢଉ ସମୟରେ କଣ୍ଟାମାଳ ଅବକାରୀ ବିଭାଗ ଥାନା ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ, କନଷ୍ଟେବଳ ସୁକେସିନୀ ଖୁଜୁର, ସଞ୍ଜୟ କୁମାର ସେଠୀ, ଶ୍ରୀକାନ୍ତ ବେହେରା ଏବଂ ମନମୁଣ୍ଡା ଅବକାରୀ ଥାନା କନଷ୍ଟେବଳ ନିରଞ୍ଜନ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।

- Advertisement -

 

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories