MEllora 950×100

ଦାମୋଦରପୁର ଗ୍ରାମରୁ ବେଆଇନ ବାଣ ଜବତ ; ଜଣେ ଗିରଫ

ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମ କଲେଜ ରୋଡରୁ ବେଆଇନ ଭାବେ ବିକ୍ରି କରୁଥିବା ବାଣ ଜବତ କରିଛି ଗଞ୍ଜାମ ପୁଲିସ । କୌଣସି ସୂତ୍ରରୁ ଖବର ପାଇ ରବିବାର ସନ୍ଧ୍ୟାରେ ଗଞ୍ଜାମ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ପୁଲିସ ଟିମ ପହଞ୍ଚି ୫ଟି ଗନି ବଡ଼ ବ୍ୟାଗରେ ରହିଥିବା ବାଣ ଜବତ କରାଯାଇଥିବା ଜଣାଅପଡ଼ିଛି । ଏନେଇ ପୁଲିସ ଜୟ ଶଙ୍କର ସାହୁଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୧୮୫/୨୦୨୨ ପ୍ରକାରେ ମକଦ୍ଦମା ରୁଜୁ କରିଛି । ଆସନ୍ତା କାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପ୍ରକାଶ କରିଛି ।

Comments are closed.